ads

Breaking News

ଲାୟନ୍ସ କ୍ଲବର ୧୨ ତମ ପାନୀୟ ପ୍ରକଳ୍ପ ଉଦଘାଟିତ


ସାକ୍ଷୀ ଗୋପାଳନିଉଜ :-ଗୌରୀଶଙ୍କର ମିଶ୍ର ଆଶ୍ରମରେ ଲୁପୁରସିଂହା ଠାରେ ଲାୟନ୍ସ କ୍ଲବର ୧୨ ତମ ପାନୀୟ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁପୁରସିଂହା ପଞ୍ଚାୟତ ଗୌରୀଶଙ୍କର ଆଶ୍ରମ ଠାରେ ପ୍ରତି ଶନିବାର ଓ ମାସ ର ପ୍ରତେକ ସଂକ୍ରାନ୍ତି ଦିନ ଆଶ୍ରମରେ ପ୍ରବଚକ ମାନେ ଆସି ପ୍ରବଚନ, ଭାଗବତ ଚର୍ଚ୍ଚା ଚାଲିଥାଏ।ଏଥିରେ ଗୌରୀଶଙ୍କର ମିଶ୍ର ଙ୍କ ଶିଷ୍ଯ ଓ ବହୁ ବୟସ୍କ ବୃଦ୍ଧ, ବୃଦ୍ଧା ମାନେ ଆସି ପ୍ରବଚନ ଶୁଣି ଥାନ୍ତି।
ଏହା କୁ ଉପଲବ୍ଧିକରି ଲାୟନ୍ସ କ୍ଲବ ଝରାପାଲି, ଥୁଆପାଲି ର ସଦସ୍ୟମାନେ ଓ ଆଶ୍ରମ ର ଆଜୀବନ ସଦସ୍ୟ ପୂର୍ବତନ ଶିକ୍ଷକ ସ୍ଵର୍ଗତ ରବିନ୍ଦ୍ର କୁମାର ହୋତା ଙ୍କ ଶ୍ରୁତି ଉଦ୍ଦେଶ୍ୟ ରେ ତାଙ୍କର ପୁତ୍ର ରାଜେଶ କୁମାର ହୋତା ଙ୍କ ମିଳିତ ଆନୁକୁଲ୍ୟରେ ଏକ ଥଣ୍ଡା ପାନୀୟ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଏହି ସମୟରେ ଲାୟନ୍ସ କ୍ଲବର ସଭାପତି ରଶ୍ମୀ ରଞ୍ଜନ ପାଢ଼ୀ, ସୁନୀଲ ଅଗ୍ରୱାଲ, ଶଙ୍କର ଲାଲ ଗୁପ୍ତା, କୁଶ ପ୍ରଧାନ ସମେତ କ୍ଲବ ର ସଦସ୍ୟମାନେ, ଏହା ସହିତ ହୋତା ପରିବାର ବର୍ଗ ଓ ଲୁପୁରସିଂହା ଗ୍ରାମବାସୀ ଯୋଗ ଦେଇଥିଲେ। ଏଠାରେ ପ୍ରସାଦ ସେବନ ର ସୁବିଧା କରାଯାଇଥିଲା। ଏହି ଅବସରରେ ଲୁପୁରସିଂହା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୧୫/୩/୨୦୨୧----୬,୩୦

ads

Blog Archive

Popular Posts