ଘୋରଡିଆ ନୋଡାଲ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ
ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ଘୋରଡିଆ ନୋଡାଲ ହାଇସ୍କୁଲର ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ପ୍ରଧାନଶିକ୍ଷକ ଶ୍ରୀପରିଡା ଯୋଗ ଦେଇଥିବା ପୁରାତନ ଛାତ୍ର ମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ସରକାରଙ୍କ ଏହି ନୁଆ ଯୋଜନା ମୋ ସ୍କୁଲ ଅଭିଯାନର ଆଭିମୁଖ୍ୟ,ବ୍ୟବସ୍ଥା ସର୍ମ୍ପକରେ ସୂଚନା ଦେଇଥିଲେ । ୧୯୬୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଚଳିତ ବର୍ଷ ୫୨ବର୍ଷ ପୁର୍ଣ୍ଣ ହୋଇଥିବାରୁଏହାର ସୁବର୍ଣ୍ଣ ଜୟନ୍ତି ପାଳନ କରିବା ପାଇଁ ପ୍ରସ୍ତାବ ଉଠିଥିଲା । ଏବଂ ସ୍କୁଲର ସୌନ୍ଦର୍ଯ୍ୟ କରଣ ଓ ବିକାଶ ମୂଳକ କାର୍ଯ୍ୟରେ ସମସ୍ତେ ସାହର୍ଯ୍ୟ ସହଯୋଗ କରିବେ ବୋଲି ଉପସ୍ଥିତ ପୁରାତନ ଛାତ୍ରମାନେ ପ୍ରତିଶୃତି ଦେଇଥିଲେ । ଆସନ୍ତା ୮ତାରଖରେ ସ୍କୁଲ ଖୋଲୁଥିବାରୁ ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଛନ୍ନ କରିବା, ସେଦିନ ନୂତନ ଭାବେ ପ୍ରବେଶ କରୁଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ ସହ ସମସ୍ତଙ୍କୁ ମାସ୍କ ପ୍ରଦାନ କରାଯିବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । ପୂରାତନ ଛାତ୍ର ଦିଲ୍ଲିପ ଧାଉଡିଆ,ହୃଷିକେଶ ବଳିୟାରସିଂହ ,ପୁର୍ଣ୍ଣ ଚନ୍ଦ୍ର ଶତୃଶଲ,ପ୍ରମୋଦ ସାହୁ ,ଦିପକ ରଜଂନ ପରିଡା,ପ୍ରସନ୍ନ ଦଳେଇ,ମହେନ୍ଦ୍ର ଧାଉଡିଆ,ଆଦର୍ଶ ରଣଜିତ୍,ବଳରାମ ଭୁଜବଳ, ଅମର ରାଉତରାୟ , ପ୍ରମୂଖଙ୍କ ସହ ବହୁପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ବରାଳ ଏହି ବୈଠକକୁ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୧---୬,୨୦



