ଡେଲାଙ୍ଗରେ କଂଗ୍ରେସ ଦଳର କର୍ମୀ ସମ୍ମିଳନି ଅନୁଷ୍ଠିତ
ଡେଲାଙ୍ଗ------ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡମୋଟରୀ ପଞ୍ଚାୟତର ଉଗ୍ରେଶ୍ୱରନାଥ ଦେବ ପିଠରେ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଏକ କର୍ମୀ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମୀ ସମ୍ମିଳନିରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବି ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୁର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ବିଜୟ ଲକ୍ଷ୍ମି ସାହୁ,କାକଟପୁର ନିର୍ବାଚନ ମଣ୍ଡଳିର କଂଗ୍ରେସ ଦଳ ବିଧାୟକ ପ୍ରାର୍ଥି ବିଶ୍ୱ ଭୁଷଣ ଦାସ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ର,କୋଠବାଡ ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ଙ୍କ ପ୍ରତିନିଧି ନିର୍ମଳ ପରିଡା,ଯୁବ କଂଗ୍ରେସ ନେତା ବିଶ୍ୱରଞ୍ଜନ ବଳବନ୍ତରାୟ,ଘନିପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମିଧର ବେହେରା,ସମିତିସଭ୍ୟ କାଞ୍ଚନବାଳା ବେହେରା,ଗଡମୋଟରୀ ପଞ୍ଚାୟତ ପୁର୍ବତନ ସରପଞ୍ଚ ବିପିନି ବିହାରି ବଳବନ୍ତରାୟ ଙ୍କ ସମେତ ଶତାଧିକ କର୍ମି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପିପିଲି ଓ ଡେଲାଙ୍ଗ ନିର୍ବାଚନ ମଣ୍ଡଳିରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ କଂଗ୍ରେସ ଦଳ ଯେପରି ଏକାଠି ରହି କାର୍ଯ୍ୟ କରିବ ତା ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୧----୬,୧୦



