ads

Breaking News

ଅଗ୍ନିକାଣ୍ଡରେ ୩ବଖରା ସମେତ ମଟର ସାଇକେଲ ସହ ୭ଗାଇ ପୋଡି ଆହତ


 ଡେଲାଙ୍ଗ ------ଡେଲାଙ୍ଗ ଥାନା ଅଧିନସ୍ଥ କୋଠବାଡ ପଞ୍ଚାୟତର ବେନୁପଡା ଗ୍ରାମରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଯାଇଛି ।  ୩ବଖରା ଘର ଜଳିଯିବା ସହିତ ଏକ ମଟର ସାଇକେଲ ପୋଡିଯାଇଛି । ଏହା ସହିତ ୭ଟି ଗାଇଙ୍କ ଉପରେ  ନିଆଁ ଧାସରେ ଆହତ ହୋଇଛନ୍ତି । ମିଳିଥିବା ସୁଚନା ମୁତାବକ ଅଗ୍ନିକାଣ୍ଡରେ ବେନୁପଡା ଗ୍ରାମର ବଂଶିଧର ଦଳେଇ ଙ୍କ ୧ ବଖରା ଗୁହାଳ ଘର ଜଳିଯିବା ସହିତ ୪ଟିଗାଇ ଆହତହୋଇଛନ୍ତି । ଡମା ଦଳେଇ ଙ୍କ ୧ବଖରା ଗୁହାଳ ଘର ଜଳିଯିବା ସହିତ ଏକ ହିରୋହୁଣ୍ଡା ମଟର ସାଇକେଲ ପୋଡି ୩ଟି ଗାଇ ଆହତ ହୋଇଛନ୍ତି । ସେହିପରି ବ୍ରହ୍ମେଶ୍ୱର ଦଳେଇଙ୍କ ଏକ ବଖରା ଘର ପୋଡି ଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି । ଖବର ପାଇ ନିଆଁ ଲିଭାଇବା ପାଇଁ ଡେଲାଙ୍ଗ ରୁ ଦୁଇଟି ଦମକଳ ବାହିନୀ ହାବିଲଦାର ଜୟରାମ ସାହୁ ଙ୍କ ନେତୃତ୍ୱରେ ଡ୍ରାଇଭର ପ୍ରଭାକର ଦାସ ଓ ସୁମନ୍ତ କୁମାର ସାହୁ  ଆଗ୍ନିକ ସୁକାନ୍ତ ପ୍ରଧାନ,ବିକାଶ ଧିର,ଶ୍ରୀନିବାସ ସାହୁ,ପ୍ରକାଶ ସେଠୀ,ପ୍ରଶାନ୍ତ ସେଠୀ ଓମପ୍ରକାଶ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି  ସ୍ଥାନିୟ ଲୋକମାନଙ୍କ ସହାୟତାରେ ନିଆଁକୁ ଲିଭାଇ ଆୟତ କରିଥିବା ଜଣାପଡିଛି ।  

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୧---୬,୨୦

ads

Blog Archive