ସବୁଠାରୁ ବଡ ପୁଣ୍ୟ ହେଉଛି ବୃକ୍ଷ ରୋପଣ ;ଡଃ ଶାନ୍ତିଲତା
ସାକ୍ଷୀଗୋପାଳ----- ବୃକ୍ଷ ରୋପଣ କରିବା ସବୁଠାରୁ ବଡ ପୁଣ୍ୟଫଳ ଆଉ କିଛି ନାହିଁ । ଯୁଗେ ଯୁଗେ ଏହି କଥା ରହି ଆସିଛି । ମନୁଷ୍ୟର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆବଶ୍ୟକତା ରହିଛି । ମନୁଷ୍ୟର ପକୃତ ବନ୍ଧୁ ହେଉଛି ଗଛ । ବୃକ୍ଷ ପ୍ରାଣୀ ଜଗତକୁ ବଞ୍ଚାଇ ରଖିଛି ଓ ସର୍ବଦା ମନୁଷ୍ୟକୁ ସୁଖ ଦେଇ ଚାଲିଛି । ଖରା ବର୍ଷାକୁ ଖାତିରି ନକରି ବୃକ୍ଷ ଜୀବଜଗତ ସହିତ ମନୁଷ୍ୟକୁ ସୁଖଶାନ୍ତି ଦେଇ ଆସିଛି । ମନୁଷ୍ୟ ତାର ନିଜର ସ୍ୱାର୍ଥ ପାଇଁ ବୃକ୍ଷକୁ ହାଣି ପକାଇବାକୁ ପଛେଇନଥାଏ । ଗୋଟିଏ ବୃକ୍ଷ ଲଗାଇ ତାକୁ ବଞ୍ଚାଇ ପାରିଲେ ସେଇ ବୃକ୍ଷଟି ତାଙ୍କୁ ଫୁଲ ଫଳ ଦାନ କରିବା ସହ ଜୀବଜଗତକୁ ଦାନ ଦେବାକୁ ସେ ପଛାଇ ନଥାନ୍ତି । ଏହି ଅବସରରେ ରାମଚଣ୍ଡୀ ଠାରେ ରଘୁରାଜପୁର ଗ୍ରାମସ୍ଥିତ ନାୟକ ପାଟଣା ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ସହିତ ଡଃ ଶାନ୍ତିଲତା ଅଧିକାରୀ ସେଠାରେ ପହଞ୍ଚି ବେଲ ଓ ନିମ୍ବ ବୃକ୍ଷ ରୋପଣ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ବଣ୍ଟନ କରିଥିଲେ । ବୃକ୍ଷର ଦାୟତ୍ୱ ନେଲେ ଜୀବନରେ ସୁଖ ମିଳିଥାଏ ବୋଲି ଡଃ ଅଧିକାରୀ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୧----୬,୧୬



