ଅର୍ଗସ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ସାକ୍ଷୀଗୋପାଳ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା
ସାକ୍ଷୀଗୋପାଳ ----- ପୁରୀରେ ଅର୍ଗସ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ କିଛି ଦୁର୍ବତ୍ତ ମାରଣାତ୍ମକ ଆକ୍ରମଣ କରିଛନ୍ତି । ଏହା ପୁଣି ପୋଲିସ ଉପସ୍ଥିତିରେ । ଏହି ଘଟଣାକୁ ସତ୍ୟବାଦୀ ସାମ୍ବାଦିକ ସଂଘ ପକ୍ଷରୁ ଘୋର ନିନ୍ଦା କରିବା ସହ ଏକ ପ୍ରତିବାଦ ସଭା ଗୁରୁବାର ସଂଧ୍ୟାରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖ ଗୋପବନ୍ଧୁଙ୍କ ପ୍ରତିମୂତ୍ତି ତଳେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ କିଶୋର ମହାପାତ୍ର, ଧୀରେନ୍ଦ୍ର ସେନାପତି, ଅଶୋକ ବେହେରା,ଅମର ଶତପଥୀ, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ଅଶୋକ ମିଶ୍ର,ହୃଷିକେଷ ମହାପାତ୍ର, ପ୍ରଭାତ ମିଶ୍ର, ରମାବଲ୍ଲଭ ବରାଳ, କୈଳାସ ମିଶ୍ର, ଅଶୋକ ସେନାପତି ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୧---୬,୧୫



