ads

Breaking News

ମହାମାରୀ କରୋନା ବିରୁଦ୍ଧରେ ମାନବ ଜାତିର ମହାସଂଗ୍ରାମ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଡୁପାଇଲୋ ଗ୍ରାମର ଶ୍ରୀ ଚରଣ ସ୍ମୃତି ପରିଷଦ ପକ୍ଷରୁ  ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରବନ୍ଧର ଶୀର୍ଷକ ମହାମାରୀ କରୋନା ବିରୁଦ୍ଧରେ ମାନବ ଜାତିର ମହାସଂଗ୍ରାମ । ଗୁଡୁପାଇଲୋ ବିଦ୍ୟାଳୟ ପରିସରରେ କୋଭିଡ-୧୯ ଆଇନ ଅନୁଯାୟୀ ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆବାହକ ବୀରେନ୍ଦ୍ର ପ୍ରଧାନଙ୍କ ସହିତ ଚିତ୍ତିରଞ୍ଜନ ପ୍ରଧାନ, ବୀରେନ୍ଦ୍ର କୁଅଁର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ ପ୍ରଧାନ, ସୁନିଲ ମୁର୍ମୁ,  ସବେଶ୍ୱର୍ର ପ୍ରଧାନଙ୍କ ସହିତ ପୁରାତନ ଛାତ୍ର ସୌମ୍ୟକାନ୍ତ ପ୍ରଧାନ ଓ ସୁଧୀର ଜେନା ଯୋଗଦେଇ ପ୍ରବନ୍ଧ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୧----୬,୧୭

ads

Blog Archive