ads

Breaking News

ରେମଣ୍ଡା ସରସ୍ଵତୀ ଶିଶୁ ମନ୍ଦିରରେ ସ୍ଵାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ପାଳିତ



ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ମନ୍ଦିର ବିଦ୍ୟାଳୟ ଠାରେ ସ୍ଵାମୀ ବିବେକାନନ୍ଦଙ୍କ ୧୫୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏଥିରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ସଭାପତିତ୍ବ କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗୁରୁଜୀ ମୁକୁନ୍ଦ ମହାରଣା ଯୋଗ ଦେଇଥିଲେ ଓ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ତାଙ୍କର ଆଦର୍ଶ ଆଚରଣ ଅନୁପ୍ରାଣିତ ହୋଇ ଚାଲିବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ଗୁରୁଜୀ ସମୀର ମେହେର ସ୍ଵାମୀ ବିବେକାନନ୍ଦ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।ଏଥିରେ ବିଦ୍ୟାଳୟ ର ଗୁରୁଜୀ ଓ ଗୁରୁମା ମାନେ ଯୋଗଦାନ କରିଥିଲେ। ପରିଶେଷରେ ଗୁରୁମା ସୁଜାତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ....

ads

Blog Archive