ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ
ଜଟଣୀ :ଜାତୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ବାର୍ଷିକୀ ଅବସରରେ ଜଟଣୀ ର ଅନ୍ୟତମ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ସନ୍ତୋଷ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠାନ କାର୍ଯ୍ୟାଳୟ ମଧ୍ୟରେ ପାଳିତ ହୋଇଯାଇଛି । ଶ୍ରୀରାମକୃଷ୍ଣ ଙ୍କ ମହାନ୍ ଶିଷ୍ୟ ସ୍ଵାମୀ ବିବେକାନନ୍ଦ ଉଚ୍ଚତର ଆଧ୍ୟାତ୍ମିକ ସାଧନା ବଳରେ ଜାଗରଣ ସ୍ରୁଷ୍ଟି କରି ସମଗ୍ର ବିଶ୍ୱକୁ ଜୟ କରିବାର ସ୍ଵପ୍ନ କେବଳ ଦେଖାଇନଥିଲେ ବରଂ ଯେତେବେଳେ ଭାରତବାସୀ ଆଧ୍ୟାତ୍ମିକତା ର ମୂଲ୍ୟବୋଧକୁ ହରାଇ ସଙ୍କଟପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଥିଲେ ଠିକ୍ ସେହି ସମୟରେ ପ୍ରତିଟି ଭାରତୀୟଙ୍କୁ ଜାଗ୍ରତ୍ କରିବା ଥିଲା ବିଶ୍ୱବିଜେତା ସ୍ଵାମୀ ବିବେକାନନ୍ଦ ଙ୍କ ଦେଶ ପ୍ରେମର ପରିଚୟ । ସମାଜରେ ପ୍ରେମର ପତାକା ଦ୍ଵାରା ଯୁବକ ଯୁବତୀ ମାନଙ୍କୁ ସୁସଙ୍ଗଠିତ ପୂର୍ବକ ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ଧକାର ଓ କୁସଂସ୍କାର ବିରୁଦ୍ଧରେ ଏକଜୁଟ୍ ପାଇଁ ଯେଉଁ ମନ୍ତ୍ର ଗୁଞ୍ଜରିତ ହୋଇଥିଲା ତାହାରି ଉପରେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ ଆଲୋକପାତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପରାମର୍ଶ ଦାତା ଭାସ୍କର ଚନ୍ଦ୍ର ଡାକୁଆ, ଉପସଭାପତି ଅବଦୁଲ ସତାର ଓ ସୁକାନ୍ତ ନାୟକ, ସଂଗଠନ ସମ୍ପାଦକ ଦିଲୀପ ସିଂ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ସହ ସମ୍ପାଦକ ନିତ୍ୟଜିତ ଚମ୍ପତି ଓ ଅମୀନ ରାଉତ୍, ଙ୍କ ସମେତ ସାମ୍ବାଦିକ ତଥା ଆଇନଜୀବୀ ଶୁଭେନ୍ଦ୍ର ଶତପଥୀ, ସଂଗଠକ ଚିତ୍ତ ରଞ୍ଜନ ପ୍ରଧାନ ଓ ଚିତ୍ତ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ,୧୨/୧/୨୦୨୧----୪,୨୦



