ads

Breaking News

ଦୁଇ ଛାତ୍ର ନିଖୋଜ;- ପୁଲିସ,ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି


 ପିପିଲି-:ପିପିଲି ଥାନା ଅଧିନସ୍ଥ କମଳସାଗରପାଟଣା ଗ୍ରାମର ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଦୁଇଜଣ ସ୍କୁଲ ଛାତ୍ର ସୋମବାର ସକାଳୁ ନିଖୋଜ ହୋଇଥିବା ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି  । ନିଖୋଜ ଦୁଇଛାତ୍ର ହେଲେ ନିରଞ୍ଜନ ଦାସ (୧୫) ଓ ସୂର୍ଯ୍ୟକାନ୍ତ ବେହେରା (୧୪) । ସେମାନେ ସ୍କୁଲ ଯିବା ନାମରେ ଆଜି ସୋମବାର ସକାଳେ ଗୋଟିଏ ସାଇକେଲ୍‌ରେ ଘରୁ ବାହାରିଥିବା ବେଳେ ଏ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ତାଙ୍କର କୌଣସି ସନ୍ଧାନ ପୁଲିସ କୁ ମିଳି ପାରିନାହିଁ  । ଫଳରେ ପରିବାର ଲୋକେ ସେମାନଙ୍କ ବନ୍ଧୁବାନ୍ଧବଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇବାରୁ ଶେଷରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ  ।  ଅଭିଯୋଗ ପାଇବା ପରେ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଘଟଣାକୁ ଗୁରୁତ୍ୱ ଦେଇ କମଳାସାଗରପାଟଣା ଗ୍ରାମରେ ସୋମବାର ରାତିରେ ପହଞ୍ଚି ତଦନ୍ତ ଚଳାଇଛନ୍ତି  । ସେମାନଙ୍କ ସ୍କୁଲ ସହ ଯୋଗାଯୋଗ କରିବା ପରେ ଉଭୟ ଛାତ୍ର ଆଜି ସ୍କୁଲକୁ ଯାଇନଥିବା ଜଣାପଡିଥିଲା । ସେମାନଙ୍କ ସନ୍ଧାନ ପାଇବା ପାଇଁ ଆଇଆଇସି ଶ୍ରୀପୃଷ୍ଟିଙ୍କ ନେତୃତ୍ୱରେ ଗଠିତ ପୁଲିସର ଦୁଇଟି ଟିମ୍ ଡେଲାଙ୍ଗ ଷ୍ଟେସନ, ମୋଟରୀ ଷ୍ଟେସନ, ଜଗଦଳପୁର ରୋଡ୍ ଓ ଜଟଣୀ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୁଲିସ, ପରିବାର ଲୋକ ଓ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଖୋଜାଖୋଜି ଜାରି ରହିଛି ।

 ପିପିଲିରୁ ବିଜୟ କୁମାର ମହାପାତ୍ର, ୧୨/୧/୨୦୨୧-----୯,୨୦

ads

Blog Archive