ପୁର୍ବ ଶ୍ରତୁତାକୁ କେନ୍ଦ୍ର କରି ମାରପିଟ; ଦୁଇ ଗିରଫ
ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ଅଳଉତା ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ଶ୍ରତୁତାକୁ ନେଇ ଶୁକ୍ରବାର ମାରପିଟ ହୋଇଥିଲେ । ଏପରିକି ଜଣେ ଯୁବକର ଗୋଡ ହାତ ବାନ୍ଧିକି ମାଡ ମାରିବା ସହ ଅଟକ ରଖିଥଲେ । ଏହି ଭିଡିଓ ଭାଇରାଲ ହେବା ପରେ ଡେଲାଙ୍ଗ ପୋଲିସ ତୁରନ୍ତ ଉକ୍ତ ଗ୍ରାମରେ ପହଞ୍ଚି ଅଟକ ଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ ।ଏହା ସହିତ ବିକିମ ଚନ୍ଦ୍ର ପାଢ଼ୀ ଡେଲାଙ୍ଗ ଥାନାରେ ଅଭିଯୋଗ କରିବା ପରେ ଡେଲାଙ୍ଗ ଥାନା କେସନଂ ୫/୨୧ରେ ଏକ କେସରୁଜ କରିଥିବା ବେଳେ ସେହିପରି ବିଶ୍ୱରଞ୍ଜନ ପାଢ଼ୀଙ୍କ ଅଭିଯୋଗ କ୍ରମେ ୬/୨୧ରେ କେସରୁଜ କରି ତଦନ୍ତ ଜାରି ରଖିଥଲେ । ବିଶ୍ୱରଞ୍ଜନ ପାଢ଼ୀ ଓ ଲଳିତ ଚନ୍ଦ୍ର ମିଶ୍ରଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରି ଶନିବାର କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୧/୨୦୨୧----୭,୩୦


