ads

Breaking News

ମଣିଙ୍ଗଷ୍ଟାର ସଂଗଠନ ତରଫରୁ କମଳ ବଣ୍ଟନ



 
କନ୍ଧମାଳ---- କନ୍ଧମାଳ ଜ଼ିଲା ତୁମୁଡିବନ୍ଧ ବ୍ଲକ ର କୁର୍ତମଗଡ଼ ଠାରେ ମଣିଙ୍ଗଷ୍ଟାର ସଙ୍ଗଠନ ତରଫରୁ କୂର୍ତ୍ତମଗଡ଼, କରୂକୁଡୁପା,ମୁଣ୍ଡୀଗଡ଼ ପଞ୍ଚାୟତ   ଓ ବାଲିଗୁଡା ବ୍ଲକ ର  ଦଡ଼କଙ୍ଗିଆ ଓ ପରମପଙ୍ଗା  ପଞ୍ଚାୟତ ର ଗରୀବ ଵୃଦ୍ଧ, ବୃଦ୍ଧା ମାନଙ୍କୁ ଶୀତ ଦିନ କୁ ଲକ୍ଷ କରି କମଳ ବଣ୍ଟନ କରାଯାଇଛି । ସଂଗଠନ ର ମୁଖ୍ୟ ଶ୍ରୀ ଅଜିତ କୁମାର ଦିଗାଳ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଛି  ।  ପ୍ରତିବର୍ଷ ଏହିପରି ଜନହିତ  କାର୍ଯ୍ୟ କରି ଆସୁଥିବା ସଂଗଠନ ଓ ସଙ୍ଗଠନ ର ମୁଖ୍ୟଙ୍କୁ ଗ୍ରାମବାସୀ ଏବଂ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି । ଆଗକୁ ଏହିପରି ଅନେକ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି । କମଳ ଗ୍ରହଣ କରିଥିବା ବୃଦ୍ଧ ଓ ବୃଦ୍ଧା   ମାନେ ଅତ୍ୟନ୍ତ ଖୁସି ହେଵା ସହ ଶୀତ କାଳରେ ଏହା ଅତି ଉପକାରୀ ଅଟେ ବୋଲି କହିଛନ୍ତି । ଅତି ଦୁର୍ବଳ ଥିବା ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କ ଘରକୁ ଘର ଯାଇ ସଙ୍ଗଠନ ର ମୁଖ୍ୟ ଓ କାର୍ଯ୍ୟକାରି ମାନେ କମଳ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି । 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ୮/୧/୨୦୨୧--_୮,୫୫

ads

Blog Archive