ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା
ଡେଲାଙ୍ଗ -------- ପୁରୀ ର କାର୍ଯ୍ୟରତ ସାମ୍ବାଦିକ ଆଶୁତୋଷ ନାୟକ ଓ ତାଙ୍କ କ୍ୟାମେରା ମ୍ୟାନସନାତନ ଭୋଇଙ୍କୁ ଆକ୍ରମଣ ଘଟଣାରେ ଡେଲାଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ଧିରେନ୍ଦ୍ର ସେନାପତି,ସନ୍ତୋଷ କୁମାର ପଟ୍ଟନାୟକ,ଦିଲିପ କୁମାର ଧାଉଡିଆ,ବିଜୟ କୁମାର ମହାପାତ୍ର,ନିରଞ୍ଜନ ନାୟକ,ଗିତାରାଣି ରଣଜିତ,ବିଶ୍ୱଜିତ ପାଢୀ, ପ୍ରଦୀପ କୁମାର ନାୟକ ଗଗନ ଖଟେଇ ପ୍ରମୁଖ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦୋଷି ବିରୁଦ୍ଧରେ ଉପଯୁକ୍ତ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣକୁ ନେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟଣ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୧/୨୦୨୧----୭,୪୦


