ସତ୍ୟବାଦୀରେ ବିଜେପିର ଶତାଧିକ କର୍ମୀ ବିଜେଡି ଦଳରେ ମିଶିଲେ ; ବିଜେଡି ଦଳ ସତ୍ୟବାଦୀରେ ମଜବୁତ ହେବାରେ ଲାଗିଛି
ସାକ୍ଷୀଗୋପାଳ ------ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ନିର୍ବାଚନ ବେଗୁଲ ନ ବାଜିବା ଆଗରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ତାର ଦୁର୍ଗ ମଜଭୁତ କରିବାରେ ଲାଗିଛି ବୋଲି ରାଜନୈତିକ ସମୀକ୍ଷକ ମାନେ ଆଲେଚନା ଆରମ୍ଭ କରିଛନ୍ତି । ସତ୍ୟବାଦୀରେ ବିରୋଧୀ ଦଳ କେହି ସେପରି ସକ୍ରିୟ ନଥିବାରୁ ବିଶେଷ କରି ବିଜେପି ଦଳର ସାଧାରଣ କର୍ମୀ ମାନେ କୌଣସି ବାଟ ନ ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ନେତୃତ୍ୱକୁ ସମର୍ଥନ କରି ବଜେଡି ଦଳରେ ସାମିଲ ହେଉଥିବାର ଜଣାପଡିଛି । ସୁଚନାଯୋଗ୍ୟ ଯେ ଶନିବାର ଅପରାହ୍ନରେ ଜଳସମ୍ପଦ ବିଭାଗର ଡାକବଙ୍ଗଳା ପରିସରରେ ସତ୍ୟବାଦୀ ବ୍ଳକର କେତକୀପାଟଣା ଗ୍ରାମ ପଞ୍ଚାୟତର ଗଡତୋଟା ଗ୍ରାମର ୪୨ ଗୋଟି ପରିବାରର ମୁଖ୍ୟ ତଥା ପ୍ରାୟ ୯୦ ଜଣ ବିଜେପି କର୍ମୀ ମାନେ ଦଳ ତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଥିବା ସମ୍ପର୍କରେ ବ୍ଳକ ବିଜେଡି ଦଳର ସଭାପତି ପ୍ରମୋଦ କୁମାର ରାଉତରାୟ ଜଣାଇଛନ୍ତି । ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବିଧାୟତ ଶ୍ରୀ ସମାନ୍ତରାୟ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳରେ କର୍ମୀ ଭାବେ ଗ୍ରହଣ କରିଥିଲେ । ଏହା ସହିତ ଉକ୍ତ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ୬ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ ଘୋଷଣା କରିଥିଲେ । ସେହିପରି ସାଣ୍ଢରା ଗ୍ରାମ ପଞ୍ଚାୟତର ଷୋଳଘର ଗ୍ରାମର ୧୫ରୁ ୨୦ ଜଣ ବିଜେଡି ଦଳରେ ସାମିଲ ହୋଇଥିବାର ଜଣାପଡିଛି । ଏହି ମିଶ୍ରଣ ପର୍ବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ ଜେନା, ଆତ୍ମର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ସାମାଜିକ କର୍ମୀଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ ଓ କେତକୀପାଟଣା ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ପ୍ରଭାକର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୨୧---୪,୪୦



