ads

Breaking News

ଧର୍ମପରାୟଣ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଚକ୍ରଧର ମହାପାତ୍ର ( ୬୩) ଶ୍ୱାସ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ତ୍ତବିଭାଗର ଅବସର କର୍ମଚାରୀ  । ଗ୍ରାମରେ ବିଭିନ୍ନ ଧର୍ମ ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ସହିତ ସେ ଜଡିତଥିଲେ । ବିଶେଷ କରି ସେ ଜଣେ ମେଳାପି ବ୍ୟକ୍ତି ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସେ ଜଣେ ବଡ ପ୍ରଶଂସକ ରହିଥିଲେ । ।  ଦୀର୍ଘଦିନ ହେବ ସେ ଶ୍ୱାସରୋଗରେ ପୀଡିତ ରହିଥିଲେ । ଶନିବାର ଶ୍ରୀ ମହାପାତ୍ରଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କ ପରିବାର ଲୋକମାନେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଶେଷରେ ଗ୍ରାମ ଶଶ୍ମାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ବଡ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର  ମୁଖାଗ୍ନି ଦେଇଥିଲେ । ଏହି ଖବର ପାଇବାପରେ ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର ଓ ଗ୍ରାମର ପୂର୍ବତନ ସରପଞ୍ଚ ତଥା ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ଉକ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୨୧---୪,୪୦

ads

Blog Archive