ads

Breaking News

ରାଜ୍ୟସ୍ତରୀୟ କଳାକାର ମିଳନ ପର୍ବ-୨୦୨୧


 ଡେଲାଙ୍ଗ  ---------- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀଶ୍ରୀ ରଘୁନାଥ ରାମନାଟ୍ୟ କଳାପରିଷଦ ,ଘନିପୁର  ଓ ସମର୍ପଣ ପରିବାର ,ପୋତାପୋଖରୀ,କଟକର ମିଳିତ ଆନୁୁକୁଲ୍ୟରେ ରାଜ୍ୟସ୍ତରୀୟ  କଳାକାର ମିଳନ ପର୍ବ-୨୦୨୧ଘନିପୁର ଗ୍ରାମର ପଥରପଦା ସାହି ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ବସନ୍ତ କୁୁମାର ମହାରଣା ଅଧ୍ୟକ୍ଷତା କରିଥିଲେ । ଦୁର୍ଗା ପ୍ରସାଦ ସାହୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ମୁଖ୍ୟ ଅତିଥି ରୁପେ ଯୁବ ଆଇନଜୀବୀ ତଥା  ସମାଜସେବୀ ଶଶି ଶେଖର ରାୟ, ମୁଖ୍ୟବକ୍ତା ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ନାଟ୍ୟଗୁରୁ ଶ୍ୟାମସୁନ୍ଦର ବଡଜେନା,ସମର୍ପଣ ପରିବାର ର ସଦସ୍ୟ ଅଭିରାମ ବେହେରା ,ସାମ୍ବାଦିକ ତଥା ପରିବେଶବିତ ଦିଲ୍ଲିପ କୁମାର ଧାଉଡିଆ,ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ,ପ୍ରଦୀପ କୁମାର ନାୟକ ଯୋଗଦେଇ ଆମ କଳା ଓ ସଂସ୍କୃତି ର ସୁରକ୍ଷା ଉପରେ ଆଲୋକପାତ କରିବା ସହ  ଆୟୋଜକ ମାନଙ୍କ  ଏହି ପ୍ରାୟସ କୁ ଭୁୟସୀ ପ୍ରଶଂସା କରିଥିଲେ । ଏଥିରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଶତାଧିକ କଳାକାର ସମାବେଶ ରେ ସାମିଲ  ହୋଇଥିଲେ । ଶେଷରେ କୃଷ୍ଣ ଚନ୍ଦ୍ର ସାହୁ  ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୧---୪,୫୦

ads

Blog Archive