ads

Breaking News

କଳା କୃଷି ଆଇନ ବାତିଲ ଦାବିରେ ପଦଯାତ୍ରା



ଭୁବନେଶ୍ୱର,  ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ ୩ କଳା କୃଷି ଆଇନ ବାତିଲ ଦାବିରେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର କେନ୍ଦ୍ରୀୟ କମିଟି ପକ୍ଷରୁ ୨୬ ଡ଼ିସେମ୍ବରରୁ ୧୧ ଜାନୁଆରୀ ଦେଶବ୍ୟାପୀ ଅଭିଯାନ ଡ଼ାକରା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପାର୍ଟିର ଖୋର୍ଦ୍ଧା ଜିଲ୍ଲା କମିଟି ଆନୁକୂଲ୍ୟରେ ଶତାଧିକ ମହିଳା ପୁରିଷଙ୍କ ଏକ ସୁଶୋଭିତ ପଦଯାତ୍ରା  ସ୍ଥାନୀୟ କ୍ରାଉନ ହୋଟେଲ ନିକଟସ୍ଥ ରେଡ଼ ଷ୍ଟାର ରାଜ୍ୟ କାର୍ଯ୍ୟାଳୟ ଠାରୁ ବାହାରି ଜୟଦେବ ବିହାର, ଶାସ୍ତ୍ରୀ ନଗର, ବୁଦ୍ଧ ମନ୍ଦିର, ରାମ ମନ୍ଦିର ଛକ ଆଦି ଦେଇ ମାଷ୍ଟର କ୍ୟାଣ୍ଟିନ ଛକଠାରେ ପହଞ୍ଚିଥିଲା। କୃଷିର କର୍ପୋରେଟୀକରଣ ବାତିଲ କରିବା, ନବ୍ୟ ଉଦାରବାଦୀ ନୀତି ପ୍ରତ୍ୟାଖ୍ୟାନ କରିବା ,ନବ୍ୟ ଫାସିବାଦୀ ମୋଦି ସରକାରକୁ ଗାଦିଚ୍ୟୁତ କରିବା, କଳା କୃଷି ଆଇନ ବିରୁଦ୍ଧରେ ଓଡିଶା ବିଧାନସଭାରେ ପ୍ରସ୍ତାବ ଗୃହୀତ କରିବା, MSP ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଚାଷୀ ହାତରୁ ଜମି ଛଡାଇ ନେବା ଆଇନ , ଦରଦାମ ନିୟନ୍ତ୍ରଣ ,  ଆଦି ସ୍ଲୋଗାନ ଦେଇ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖାଯାଇଥିଲା । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୧---- ୧୨,୨୦

ads

Blog Archive