ମନ୍ଦିର ରୁ ମୂର୍ତ୍ତି ଚୋରି
ଯାଜପୁର----- ମା ଙ୍କ ମୂର୍ତ୍ତି ଚୋରି କରି ନେଲେ ଦୁର୍ବୁତ୍ତ । ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଦର୍ପଣି ଗ୍ରାମରେ । ଗ୍ରାମରେ ଥିବା ଇଷ୍ଟ ଦେବି ମା କୋଟରାଖୀ ଙ୍କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ମାନେ ଚୋରି କରି ନେବା ସହ ମାଙ୍କ ର ଲକ୍ଷାଧିକ ଟଙ୍କା ର ଅଳଙ୍କାର ଚୋରି କରି ନେଇଛନ୍ତି ।ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଞ୍ଚି ତଦନ୍ତ ଚଳାଇଛି । ଆଖ ପାଖ ରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ । ସକାଳୁ ସକାଳୁ ପୂଜାରୀ ମା ଙ୍କୁ ପୂଜା କରିବା ପାଇଁ ଯାଇ ଥିବା ବେଳେ ମା ସିଂହାସନ ରେ ନ ଥିବା ଦେଖିବାକୁ ପାଇବା ପରେ ଗ୍ରାମବାସୀ ଙ୍କୁ ଜଣାଇ ଥିଲେ । ବହୁ ବର୍ଷ ଧରି ମା ଏଠାରେ ପୂଜା ପାଉ ଥିବା ବେଳେ ମା ଙ୍କୁ ଫେରାଇ ଆଣିବା ସହ ଦୁର୍ବୁତ୍ତ ଙ୍କୁ ଗିରଫ କରିବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି ।
ଚଣ୍ଡିଖୋଲରୁ ସତ୍ୟରଞ୍ଜନ ପାଢ଼ୀ , ୧୨/୧/୨୦୨୧----୧୦,୩୦



