ads

Breaking News

ମା ବିଞ୍ଜେଶ୍ୱରୀ କ୍ରିକେଟ ଲିଗ ମ୍ୟାଚ ; ଚମ୍ପିୟାନ ମାଛପଡା




 ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକର ଗଉଡକେରା ଗ୍ରାମର ମା ବିଞ୍ଜେଶ୍ୱରୀ ଯୁବକ ସଂଘ ଓ ରଞ୍ଜନା ଟିଭିଏସ କମ୍ପାନୀ ବେରବୋଇ ପକ୍ଷରୁ ପ୍ରଥମ ବାର୍ଷିକ  ଲିଗ ମ୍ୟାଚ ଶ୍ରୀପୁରୁଷୋତ୍ତମପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର   ଲିଗ ମ୍ୟାଚ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ପିଢ଼ପାଟଣା   କ୍ରିକେଟ କ୍ଳବ ସହିତ ମାଛପଡା  କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚଜିତି ମାଛପଡା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୩ ଉଇକେଟ ହରାଇ ୧୦୪ ରନ କରିଥିଲେ । ଜବାବରେ ପିଢ଼ପାଟଣା କ୍ରିକେଟ ଦଳ ୧୦୫ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିଲା । ୧୦ ଓଭରରେ ୪ ଉଇକେଟ ହରାଇ ୬୫ ରନ କରିଥିଲେ । ୩୯ ରନରେ ମାଛପଡା ଦଳ ଜିତି ଏ ବର୍ଷର ଚମ୍ପିୟାନ ହୋଇଛନ୍ତି । ପୁରଷ୍କାର ବିତରଣି ଉତ୍ସବରେ ଅତିଥି ଭାବେ ଆଇନଜୀବୀ ଅସିତ କୁମାର ମିଶ୍ର ଯୋଗଦେଇ ଚମ୍ପିୟାନ ଦଳକୁ ଦୁଇହଜାର ଟଙ୍କା ଓ ରନସ ପିଢ଼ପାଟଣା ଦଳକୁ ୧୫୦୦ଟଙ୍କା ପ୍ରଦାନ କରିଥିଲେ । ସଦାଶିବ ପ୍ରଧାନ, ରଶ୍ମି ରଞ୍ଜନ ବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ ମ୍ୟାଚ ପରିଚାଳନା କରିଥିଲେ । ମା ବିଞ୍ଜେଶ୍ୱରୀ ଯୁବକ ସଂଘର ସଭାପତି ପ୍ରଦୀପ ଜେନା, ଗଣେଶ୍ୱର ନାୟକ, ପ୍ରେମ ରଞ୍ଜନ ସ୍ୱାଇଁ, ପ୍ରଶାନ୍ତ କୁମାର ରାଉତ, ଲକ୍ଷ୍ମୀଧର ରାଉତ, ଆଲୋକ କୁମାର ସ୍ୱାଇଁ, ମନ ରଞ୍ଜନ ବେହେରା, ଗଭବାନ ଦାଶ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।  

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୧---୬,୨୦

ads

Blog Archive