ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କଲେ ସମାଜସେବୀ ରାଧାମୋହନ
ଡେଲାଙ୍ଗ ----- ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ଓ ଭାରତୀୟ ଆଜାଦ୍ ମଞ୍ଚ ଜରିଆରେ ଅଗ୍ନି ବିପନ୍ନଙ୍କ ପରିବାରକୁ ସମାଜସେବୀ ରାଧାମୋହନ ରିଲିଫ୍ ସହାୟତା ପ୍ରଦାନ କରିଛନ୍ତି । ସୁଚନା ଯୋଗ୍ୟ ଯେ ଡେଲାଙ୍ଗ ଥାନା ଅଧିନସ୍ଥ କୋଠବାଡ ପଞ୍ଚାୟତର ବେନୁପଡା ଗ୍ରାମରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳିଯିବା ସହିତ ଏକ ମଟରସାଇକେଲ ପୋଡିଯାଇ ୭ଟି ଗାଇ ନିଆଁରେ ଆହତ ହୋଇଥିଲେ । ଡେଲାଙ୍ଗ ଅଞ୍ଚଳର ଉଦୟମାନ ଯୁବ ସମାଜସେବୀ ରାଧାମୋହନ ବୁଧବାର ବେନୁପଡା ଗ୍ରାମର ବଂଶିଧର ଦଳେଇ,ଡମା ଦଳେଇ ଓ ବ୍ରହ୍ମେଶ୍ୱର ଦଳେଇ ଅଗ୍ନି ବିପନ୍ନଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପଲିଥିନ,ଚୁଡା,ଚାଉଳ,ଡାଲି,ଚିନି,ବିସ୍କୁଟ,ତେଲ,ଲୁଣ,ପରିବା ଆଦି ବିଭିନ୍ନ ସାମଗ୍ରୀର ରିଲିଫ୍ ସହାୟତା ପ୍ରଦାନ କରିଛନ୍ତି । ବେରବୋଇ କସ୍ତୁରବା ଗାନ୍ଧୀ ସେବା ଟ୍ରଷ୍ଟ୍ର ସଂଚଳିକା କବିତା ରାଣି ପରିଡା,ଭାରତ ଆଜାଦ୍ ମଞ୍ଚର ରାଜ୍ୟ ସଂଗଠକ ରାଜ କିଶୋର ବେହେରା,ସତ୍ୟନାରାୟଣ ସ୍ୱାଇଁ ,ସନ୍ତୋଷ ମହାନ୍ତି ,ପ୍ରଭାତ ମହାନ୍ତି,ସନାତନ ମୁଦୁଲି ,ମଞ୍ଚର ସଦସ୍ୟ ଜୟ ପ୍ରକାଶ ପ୍ରଧାନ ପ୍ରମୁଖ ଅଗ୍ନି ବିପନ୍ନଙ୍କୁ ଭେଟି ସମବେଦନା ଜଣାଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୧---୬,୨୦



