ସତ୍ୟବାଦୀରେ ଚାରୋଟି ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନ ମଣ୍ଡି ଖୋଲିଲା
ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକରେ ବୁଧବାର ଦିନ ଚାରୋଟି ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଖୋଲିଛି । ଏହି ଅବସରରେ ବଳରାମପୁର ଗଡ ସେବା ସମବାୟ ସମିତିରେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ତଥା ବ୍ଳକ ସମବାୟ ସମ୍ପସାରଣ ଅଧିକାରି କମଳ କୁମାର ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ ଧାନ ମଣ୍ଡି ଉଦଘାଟନ କରିଥିଲେ । ପ୍ରଥମ ଦିନରେ ୪ଜଣ ଚାଷୀଙ୍କ ଠାରୁ ୧୮୫ କୁଇଣ୍ଟାଲ ଧାନ କିଣାଯାଇଥିବା ଜଣାପଡିଛି । ଏହି ଅବସରରେ ଆର ଆଇ ସୁଶାନ୍ତ କୁମାର ଧଳ, ପଞ୍ଚାୟତ ଅଧିକାରୀ ସରୋଜ କୁମାର ସେଠି ଓ ସେବା ସମବାୟ ସମିତିର ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ନୂଆସୋମେଶ୍ୱରପୁର ସମବାୟ ସମିତି, ଦାସବିଦ୍ୟାଧରପୁର, ମଧୁବନ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନ ମଣ୍ଡି ଖୋଲିଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୧----୬,୪୦



