ads

Breaking News

ପାଞ୍ଚଗାଁ କୋଠ ଓ ଲକ୍ଷ୍ମୀନାରାୟଣ କମିଟିର ୩୩ତମ ବାର୍ଷିକ ସମ୍ମଳନୀ ଓ ନୂତନ କର୍ମକର୍ତ୍ତା ଚୟନ

 ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାର ସତ୍ୟବାଦୀ  ଅଞ୍ଚଳର ପାଞ୍ଚଗାଁ କୋଠ ଓ ଲକ୍ଷ୍ମୀ ନାରାୟଣ ସୁରକ୍ଷା କମିଟିର ୩୩ତମ ବାର୍ଷିକ ସମ୍ମଳନୀ  ସହିତ ପରମ୍ପରା ପହିଲି ଭୋଗ ଅନୁଷ୍ଠିତ ହୋଇଯାଇଛି । କବିରାଜପୁର ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ସୋମନାଥ ଦାଶ ସଭାପତିତ୍ୱ କରିଥିଲେ । ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ସମାଜିକ ବ୍ୟବଧାନରେ ସଦସ୍ୟ ମାନେ ଯୋଗଦେଇ ବୈଠକ ଅନୁଷ୍ଠିତ ହୋଇଥିଲା । କମିଟିର ସମ୍ପାଦକ ନଟବର ଆଚାର୍ଯ୍ୟ ବିଗତ ଦିନର ଆୟ- ବ୍ୟୟ ବିବରଣୀ ପାଠ କରିବା ସହ ଅଗାମୀ ଦିନର କାର୍ଯ୍ୟକଳୀ ସମ୍ପର୍କେ ମତ ରଖିଥଲେ । ବିଶେଷ କରି କିପରି କମିଟି ଅଧିନରେ ଥିବା ମନ୍ଦିର, ମଠ ବାଡିର ସୁରକ୍ଷା ସହିତ ଉନ୍ନତି କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ଥିବା ସଦସ୍ୟ ମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।  ଉପସ୍ଥିତ ଥିବା ସଦସ୍ୟ ମାନେ ଆଗାମୀ ଦୁଇ ବର୍ଷ ପାଇଁ ଲକ୍ଷ୍ମୀ ନାରାୟଣ ସୁରକ୍ଷା କମିଟିର ନୂତନ କର୍ମକର୍ତ୍ତା ଚୟନ କରିଥିଲେ ।ସଭାପତି ଭାବେ ସୋମନାଥ ଦାଶ, ସାଧାରଣ ସମ୍ପାଦକ ବୀରେନ୍ଦ୍ର ଭୂଷଣ ହୋତା, ସମ୍ପାଦକ ଭାବେ ନଟବର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ଅନିଲ ଦାସ, ସମୀକ୍ଷକ ପ୍ରଭାକର ଦାଶଙ୍କ ସହିତ କାର୍ଯ୍ୟକାରୀ କମିଟିକୁ ନବ କିଶୋର ହୋତା ବାବନ ପଣ୍‌ଡା, ଜଗନ୍ନାଥ ପାଣି, ଚନ୍ଦ୍ରଶେଖର ପାଣି ପ୍ରମୁଖ ୧୫ଜଣ ସଦସ୍ୟ ମନୋନୀତ ହୋଇଛନ୍ତି । ରମା ରଞ୍ଜନ ଶତପଥି ଧନ୍ୟବାଦ ଦେଇଥିଲେ । ଶେଷରେ ଉପସ୍ଥିତ ଥିବା ସଦସ୍ୟ ମାନଙ୍କୁ ଠାକୁରଙ୍କ ପହିଲି ଭୋଗ ପ୍ରସାଦ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନବ ହୋତା, ଧଡୁ ପଣ୍ଡା, ରବି ନାରାୟଣ ଦାଶ ପ୍ରମୁଖ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୧---୮,୨୫

ads

Blog Archive