ads

Breaking News

ଯୋରକଣି ଓ ଜନକଲ୍ୟାଣ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଲା

 


ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଯୋରକଣି ଓ ଜନକଲ୍ୟାଣ ସେବା ସମବାୟ ସମିତିରେ ଗୁରୁବାର ଦିନ ଧାନମଣ୍ଡି ଖୋଲାଯାଇଛି । ଘନିପୁର ପଞ୍ଚାୟତ ଅଧିନସ୍ଥ ଯୋରକଣି ସେବା ସମବାୟ ସମିତି ଠାରେ ଉପସହକାରୀ ନିବର୍ନ୍ଧକ ସତ୍ୟ ଶଙ୍କର ମହାନ୍ତି,ସୁପରଭାଇଜର ପ୍ରଫୁଲ୍ଲ କୁମାର ସ୍ୱାଇଁ ,ସମ୍ପାଦକ ସ୍ମୁତୀ ରଞ୍ଜନ ନାୟକଙ୍କ ଉପସ୍ଥିତିରେ ଧାନମଣ୍ଡି ଖୋଲାଯାଇଥିଲା । ସେହିପରି ରେଙ୍ଗଳ ପଞ୍ଚାୟତର ଜନକଲ୍ୟାଣ ସେବା ସମବାୟ ସମିତି ଠାରେ ଉପସହକାରୀ ନିବଦ୍ଧକ,ସୁପରଭାଇଜର,ସ୍ଥାନିୟ ସରପଞ୍ଚ ଗର୍ନ୍ଧବ ବେହେରା, ଜନକଲ୍ୟାଣ ସେବା ସମବାୟ ସମିତିର ପୁର୍ବତନ ସଭାପତି ପ୍ରଭାକର ବାରିକ,ପୁର୍ବତନ ସରପଞ୍ଚ ପଦ୍ମଚରଣ ସାମନ୍ତରାୟ ,ପୁର୍ବତନ ସମିତି ସଭ୍ୟ ବିଭୁତୀ ଭୁଷଣ ସାମନ୍ତସିଂହାର,  ସେବା ସମବାୟ ସମିତି ସମ୍ପାଦକ ରବିନାରାୟଣ ସାମନ୍ତରାୟ ପ୍ରମୁଖଙ୍କ ଉପସ୍ଥିତିରେ ଧାନ ମଣ୍ଡି ଖୋଲାଯାଇଛି ।ଯୋରକଣି ଓ ଜନକଲ୍ୟାଣ ସେବା ସମବାୟ ସମିତିରୁ ପ୍ରଥମଦିନରେ ୨ଶହ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ଙ୍କ ଠାରୁ ଉପସହକାରୀ ନିବର୍ନ୍ଧକ ସତ୍ୟ ଶଙ୍କର ମହାନ୍ତିଙ୍କ ଠାରୁ ପ୍ରକାଶ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୧----୬,୪୦

ads

Blog Archive