ads

Breaking News

ସତ୍ୟବାଦୀରେ ବହୁ ପତୀକ୍ଷା ପରେ ଧାନ ମଣ୍ଡି ଖୋଲିଲା


 ସାକ୍ଷୀଗୋପାଳ -------  ପୁରୀ ଜିଲ୍ଲାରେ ବିଭିନ୍ନ ବ୍ଳକରେ ଧାନ ମଣ୍ଡି ଖୋଲିଥିବା ବେଳେ ସତ୍ୟବାଦୀ ବ୍ଳକରେ ଧାନ ମଣ୍ଡି ଖୋଲିନଥିଲା । ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଚନ୍ଦନ, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ତଥା ବ୍ଳକ ସମବାୟ ସମ୍ପସାରଣ ଅଧିକାରି କମଳ କୁମାର ଆଚାର୍ଯ୍ୟ, ବିଟିଏମ ସୋଲେଶ କୁମାର ଦାଶ ପ୍ରମୁଖ ସହିତ ବିଭିନ୍ନ ସମବାୟ ସମିତିର ସମ୍ପାଦକ ମାନେ ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଳକରେ ୧୬ଟି ସମବାୟ ସମିତି ଜରିଆରେ ଧାନ ମଣ୍ଡି ଖୋଲିବା ପାଇଁ ସ୍ଥିର କରାଯାଇଛି ବୋଲି ସମବାୟ ସମ୍ପସାରଣ ଅଧିକାରି ଶ୍ରୀ ଆଚାର୍ଯ୍ୟ ବୈଠକରେ ପ୍ରକାଶ କରିଥିଲେ । ଏବଂ ଅଧିକାଂଶ ସମବାୟ ସମିତି ଜରିଆରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ମାନେ ନାମ ପଞ୍ଜୀକରଣ କରିଥିଲେ । କିଛି ଚାଷୀ ମାନଙ୍କୁ ଧାନ ବିକ୍ରୟ କରିବା ପାଇଁ ଟୋକେନ ମିଳିଯାଇଛି । ଅନ୍ୟ କେତେକ ସମବାୟ ସମିତିରେ ଜଣେ ଦୁଇ ଜଣଙ୍କୁ ଟୋକେନ ମିଳିଥିବାରୁ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି ବୋଲି ଜଣାପଡିଛି । ବୁଧବାର ଦିନ ସତ୍ୟବାଦୀ ବ୍ଳକର ୪ ଗୋଟି ସମବାୟ ସମିତିରେ ଧାନ ମଣ୍ଡି ଖୋଲିବାକୁ ଯାଉଛି । ପୂଆସୋମେଶ୍ୱରପୁର ସମବାୟ ସମିତି, ଦାସବିଦ୍ୟାଧରପୁର, ମଧୁବନ ଓ ବଳରାମପୁର ଗଡ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନ ମଣ୍ଡି ଖୋଲିବା ପାଇଁ ବୈଠକରେ ନିସ୍ପତି ହୋଇଛି । ଅନ୍ୟ ସମବାୟ ସମିତି ଗୁଡିକ ଆସନ୍ତା ଶୁକ୍ରବାର ଧାନ ମଣ୍ଡି ଖୋଲିବ ବୋଲି ବିଡିଓ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।  ଏହି ବୈଠକକୁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ହିସାବ ନୀରିକ୍ଷକ ଜଗତଜ୍ୟେତି ସାହୁ ପରିଚାଳନା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧/୨୦୨୧----୬,୧୦

ads

Blog Archive