ads

Breaking News

ଘୋରଡିଆ ନୋଡାଲ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ


 ଡେଲାଙ୍ଗ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ଘୋରଡିଆ ନୋଡାଲ ହାଇସ୍କୁଲର   ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ ।  ପ୍ରଥମେ  ପ୍ରଧାନଶିକ୍ଷକ ଶ୍ରୀପରିଡା ଯୋଗ ଦେଇଥିବା ପୁରାତନ ଛାତ୍ର ମାନଙ୍କୁ ନବବର୍ଷର  ଅଭିନନ୍ଦନ ଜଣାଇବା ସହ ସରକାରଙ୍କ ଏହି ନୁଆ ଯୋଜନା ମୋ ସ୍କୁଲ ଅଭିଯାନର ଆଭିମୁଖ୍ୟ,ବ୍ୟବସ୍ଥା ସର୍ମ୍ପକରେ  ସୂଚନା ଦେଇଥିଲେ ।  ୧୯୬୮  ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର  ଚଳିତ ବର୍ଷ ୫୨ବର୍ଷ ପୁର୍ଣ୍ଣ ହୋଇଥିବାରୁଏହାର ସୁବର୍ଣ୍ଣ ଜୟନ୍ତି ପାଳନ କରିବା ପାଇଁ ପ୍ରସ୍ତାବ ଉଠିଥିଲା । ଏବଂ ସ୍କୁଲର ସୌନ୍ଦର୍ଯ୍ୟ କରଣ ଓ ବିକାଶ ମୂଳକ କାର୍ଯ୍ୟରେ ସମସ୍ତେ ସାହର୍ଯ୍ୟ ସହଯୋଗ କରିବେ ବୋଲି ଉପସ୍ଥିତ ପୁରାତନ ଛାତ୍ରମାନେ ପ୍ରତିଶୃତି ଦେଇଥିଲେ । ଆସନ୍ତା ୮ତାରଖରେ  ସ୍କୁଲ ଖୋଲୁଥିବାରୁ  ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଛନ୍ନ କରିବା, ସେଦିନ ନୂତନ ଭାବେ ପ୍ରବେଶ କରୁଥିବା ଦଶମ ଶ୍ରେଣୀ   ଛାତ୍ରଛାତ୍ରୀ ମାନଙ୍କୁ  ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ ସହ ସମସ୍ତଙ୍କୁ ମାସ୍କ ପ୍ରଦାନ କରାଯିବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା ।  ପୂରାତନ ଛାତ୍ର  ଦିଲ୍ଲିପ ଧାଉଡିଆ,ହୃଷିକେଶ ବଳିୟାରସିଂହ ,ପୁର୍ଣ୍ଣ ଚନ୍ଦ୍ର ଶତୃଶଲ,ପ୍ରମୋଦ ସାହୁ ,ଦିପକ ରଜଂନ ପରିଡା,ପ୍ରସନ୍ନ ଦଳେଇ,ମହେନ୍ଦ୍ର ଧାଉଡିଆ,ଆଦର୍ଶ ରଣଜିତ୍‌,ବଳରାମ ଭୁଜବଳ, ଅମର ରାଉତରାୟ , ପ୍ରମୂଖଙ୍କ ସହ ବହୁପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ ।  ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ବରାଳ ଏହି ବୈଠକକୁ ପରିଚାଳନା କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧/୨୦୨୧----୬,୧୫                          


ads

Blog Archive