ଯୁବସମାଜସେବୀ ଭାବେ ସମ୍ମାନୀତ ହେଲେ ଭରତ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମର ଭରତ ରାଉତ । ପେସାରେ ସେ ଜଣେ ଖବର କାଗଜ ବିତରଖ ହୋଇଥିବା ବେଳେ ନିଶା ହେଉଛି ସମାଜସେବା । ଖବର କାଗଜ ବିତରଣ କରିବା ସହ ବିଭିନ୍ନ ଗ୍ରାମର ଯୁବ ସଂଗଠନ ସହିତ ସେ ଜଡିତ । ବୃକ୍ଷ ରୋପଣ, ସ୍ୱଚ୍ଛ ଭାରତ, ସଚେତନତା ସହିତ ଅସହାୟ ବ୍ୟକ୍ତି ବିଶେଷ ମାନଙ୍କୁ ସଂଗଠନ ମାଧ୍ୟମରେ ଆର୍ଥିକ ସହଯୋଗ କରିବାକୁ ସେ କେବେ ବି ପଛାଇ ନାହାନ୍ତି । ଏହି ଅବସରରେ ନିଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସରେ ସମାଜସେବୀ ଭାବେ ଶ୍ରୀରାଉତ ସମ୍ମାନୀତ ହୋଇଛନ୍ତି । ଏହି ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭତ୍ତହରି ମହତାବ, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ , ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପ୍ରସନ୍ନ ଅଚାର୍ଯ୍ୟ ଓ ଅମର ଶତପଥୀ ପ୍ରମୁଖ ଏହି ମହୋତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଶ୍ରୀ ରାଉତଙ୍କୁ ଯୁବ ସମାଜସେବୀ ଭାବେ ଉପସ୍ଥିତ ଥିବା ଅତିଥି ମାନେ ଫୁଲତୋଡା ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ସେହିପରି ଶ୍ରୀରାଉତଙ୍କ ବଡ ଝିଅ ପୂଜା ରାଉତ ବାପାଙ୍କ କାର୍ଯ୍ୟକଳାପକୁ ଅନୁସରଣ କରୁଥିବାରୁ ଅତିଥି ମାନେ କୁନି ଝିଅକୁ ଆର୍ଶିବାଦ ଦେବା ସହ ସମାଜସେବାରେ ନିଜକୁ ବ୍ରତୀ କରିବା ପାଇଁ ଉତ୍ସାହିତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧/୨୦୨୧----୬,୧୦




