ମେଣ୍ଟାଲ ଉପରେ ପଡିଲା ମୋରମ ; ନାମକୁ ମାତ୍ର ବିଛା ଯାଉଛି , ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ
ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲା ସତ୍ୟବାଦୀ ଜଳସମ୍ପଦ ବିଭାଗ ଅଧୀନରେ ସାକ୍ଷୀଗୋପାଳ ବାଞ୍ଚ କେନାଲ ରାସ୍ତା ଏକ ବର୍ଷ ହେବ ମେଣ୍ଟାଲ ଗଡୁଥିବା ନେଇ ଏକ ଖବର ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରକାଶିତ ହେବା ପରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୟୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜଳ ସେଚନ ବିଭାଗ ପକ୍ଷରୁ ଉକ୍ତ ରାସ୍ତାରେ ଲୋକଙ୍କର ଚଳ ପ୍ରଚଳ ପାଇଁ ମୋରମ କିଛି ପକାଇଥିବାର ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ ସାକ୍ଷୀଗୋପାଳ ବାଞ୍ଚ କେନାଲ ବନ୍ଧର ବଳପୁର ଠାରୁ ସାରଙ୍ଗଯୋଡି ପର୍ଯ୍ୟନ୍ତ ଏକ କି,ମି ରାସ୍ତା ମରଣଯନ୍ତା ସାଜିଥିଲା । ଏହି ରାସ୍ତା ଦେଇ ପ୍ରତିଦିନ ଟ୍ରକ, ଟ୍ରାକ୍ଟର, ଅଟୋ , ମଟର ସାଇକେଲରେ ଶତାଧିକ ଲୋକମାନେ ଯାତାୟତ କରିଥାନ୍ତି ।ଏହି ରାସ୍ତାର ଉନ୍ନତି କରଣ ନିମେନ୍ତ ଜଳ ସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଅର୍ଥ ମଞ୍ଜୁର କରାଯାଇଥିଲା । ଠିକାଦାର ମଧ୍ୟ କାମ ଆରମ୍ଭ କରି ଦେଇଥିଲେ । ରାସ୍ତାରେ ମେଣ୍ଟାଲ ପକାଇବା ପରେ ପିଚୁ କରିଥାନ୍ତେ । ମାତ୍ର କୌଣସି କାରଣକୁ ନେଇ ଠିକାଦାର ଏବେ ଜେଲରେ ଥିବାରୁ ଏହି କାମ ଅଟଖି ରହିଛି ବୋଲି ସତ୍ୟବାଦୀ ଜଳସମ୍ପଦ ବିଭାଗର ଅଧିକାରୀ ମତ ପ୍ରକାଶ କରିବା ସହ ଏହି ରାସ୍ତା ଉପରେ କୌଣସି କାମ କରିବାକୁ ସେ ଅସହାୟ ପ୍ରକାଶ କରିଥିଲେ ।ଏବେ ସେହି ରାସ୍ତାରେ ମୋରମ ବିଛା ଯିବା କାମ ଆରମ୍ଭ ହୋଇଛି । ସାରଙ୍ଗଯୋଡି ଠାରୁ ଦଳିତସାହି ପର୍ଯ୍ୟନ୍ତ ବନ୍ଧରେ ମୋରମ ବିଛା ଯାଇଛି । ସେଠାରୁ ବଳପୁର ଗ୍ରାମ ମୁଣ୍ଡ ପର୍ଯ୍ୟନ୍ତ ମୋରମ ରାସ୍ତା ଉପରେ ଗଦା ହୋଇ ରହିଛି ବୋଲି ଲୋକମାନେ କହନ୍ତି । ଅନ୍ୟପକ୍ଷେ ମୋରମ ଉପରେ ପାଣି କିମ୍ବା ବାଲି ପକାଯାଇ ରୋଲର ଦ୍ୱାରା ସମତୁଳ କରାଯାଉ ନାହିଁ । ଯାହାକି ଦୁର୍ଘଟଣାକୁ ନିମନ୍ତ୍ରଣ କରାଯାଉଛି ବୋଲି ସ୍ଥାନୀୟ ରାମଚନ୍ଦ୍ର ବେହେରା, ଅନାଥ ପ୍ରଧାନ, ଗୋବିନ୍ଦ ସ୍ୱାଇଁ, ନକୁଳ ବେହେରା,ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ କହିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୧----୯,୨୫




