କୁକୁରର ପେଟରେ ୬କେଜି ଓଜନର ଟ୍ୟୁମର ;ଅସ୍ତ୍ରପଚାର ପାଇଁ ଗଲା ଭୁବନେଶ୍ୱର
ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଶୁକଳ ଛକଠାରୁ ଅଳ୍ପ ଦୁରରେ ଏକ ବୁଲା କୁକୁର ପେଟରେ ଟ୍ୟୁମର ହୋଇ କୁକୁରଟି କଷ୍ଟ ପାଉଥିଲା । ଯାହାକି କୁକୁରଟି ଚାଲିବା ତା ପାଇଁ ବହୁ କଷ୍ଟକର ହୋଇ ପଡିଥିଲା । ସ୍ଥାନୀୟ କିଛି ଯୁବକ କୁକୁରର ଏପରି ଅବସ୍ଥା ଦେଖି ସାକ୍ଷୀଗୋପାଳ ବାସୁକେରା ଗ୍ରାମର ସମାଜସେବୀ ଉଦୀୟମାନ ଯୁବକ ଅଭିଜିତି ସେନାପତିଙ୍କ ଜଣାଇଥିଲେ । ସେ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସ୍ଥିତ ସ୍ପିକ ଫର ଆନିମଲ୍ସର ଚେୟାରମ୍ୟାନ କୁଶଲ ବିଶ୍ୱାସଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଏହି ଖବର ପାଇବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିଶ୍ୱାସଙ୍କ ସହିତ ତାଙ୍କ ସାଥୀ ବିଶ୍ୱାଲ ପଣ୍ଡା , ଆଶୁତୋଷ ମଲିକ ଓ ସ୍ୱେଚ୍ଛାସେବୀ ଶ୍ରୀ ସେନାପତି ଘଟଣା ସ୍ଥଳରେ ପହଞ୍ଚି କୁକୁରଟିକୁ ଧରିଥିଲେ । କୁକୁରଟି ପେଟରେ ଏତେ ଓଜନର ମାଂସ ପିଣ୍ଡୁଳା ଧରି ଯନ୍ତ୍ରଣା ପାଉଥିବା ଯୋଗୁ ସେ କୁଆଡେ ନ ଯାଇ ରାସ୍ତା କରରେ ଶୋଇ ରହିଥିଲା । ମାତ୍ର ଏଠାରେ ସେପରି କୌଣସି ସୁବିଧା ନଥିବାରୁ ସ୍ପିକ ଫର ଆନିମଲ୍ସ ଅନୁଷ୍ଠାନ କୁକୁରଟିକୁ ଗାଡିରେ ଭୁବନେଶ୍ୱର ନେଇ ଯାଇଛନ୍ତି । ସେଠାରେ ତାର ଚିକିସ୍ଥା କରି ଭଲ କରିବା ପରେ ଏଠାରେ ଆଣି ଚାଡିବେ ବୋଲି ଅନୁଷ୍ଠାନର ସଦସ୍ୟ ଶ୍ରୀ ମଲିକ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୧----୯,୨୫




