ଚାଇଁପୁର ଗ୍ରାମ ପଞ୍ଚାୟତରେ ଚାଲିଥିବା ନରେଗା କାର୍ଯ୍ୟ ତଦାରଖ କଲେ ବିଡିଓ
ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଚାଇଁପୁର ଗ୍ରାମ ପଞ୍ଚାୟତରେ ତିନିଗୋଟି ପ୍ରକଳ୍ପ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଚାଲିଥିବା କାର୍ଯ୍ୟକୁ ତଦାରଖ କରିଛନ୍ତି ଡେଲାଙ୍ଗ ବିଡିଓ କ୍ଷୀରୋଦ ପ୍ରଧାନ । ଏହି କାର୍ଯ୍ୟରେ ପଞ୍ଚାୟତର ଦୁଇଶହ ହିତାଧିକାରୀ ଏହି ଯୋଜନାରେ କାର୍ଯ୍ୟରତ ରହିଥିବାର ସ୍ଥ୍ାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ଠାରୁ ସୁଚନା ମିଳିଛି । ବିଡିଓ ଶ୍ରୀ ପ୍ରଧାନ ଉକ୍ତ ପ୍ରକଳ୍ପରେ ମେସିନ ନ ଲାଗି ଲୋକମାନେ ମୁଣ୍ଡରେ କାମ କରୁଥିବା ଦେଖି ସ୍ଥାନୀୟ ସରପଞ୍ଚଶ୍ରୀ ପରିଡା , କନିଷ୍ଠଯନ୍ତ୍ରୀମାନସ ମହାନ୍ତି,ଜିଆରଏସ ଆରତୀ ବିଶ୍ୱାଳ, ପିଇଓ ଯଦୁମଣି ଦାସଙ୍କୁ ପ୍ରଶଂସା କରିଥିଲେ । ଚାଇଁପୁର ଗ୍ରାମ ପଞ୍ଚାୟତରେ ଯେଉଁପରି ମନରେଗା କାର୍ଯ୍ୟ କରାଯାଉଛି ସେହିପରି ଡେଲାଙ୍ଗ ବ୍ଳକରେ ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରିବା ପାଇଁ ମନରେଗା ଟିମକୁ ଅନୁରୋଧ କରାଯାଇଥିଲା । ପଞ୍ଚାୟତର ଜବକାର୍ଡ ଧାରୀ ମାନଙ୍କ କାଗଜପତ୍ର ସଠିକ କରିବା ସହ କିପରି ସଠିକ ସମୟରେ ସେମାନେ ମଜୁରୀ ପାଇ ପାରିବେ ସେ ଦିଗପ୍ରତି ନଜର ଦିଆଯାଇଛି ବୋଲି ସରପଞ୍ଚ କହିଥିଲେ । ବିଭୁତି ବାରିକ, ବୃନ୍ଦାବନ ନାୟକ, ଗ୍ରାମ ସଂଯୋଜକ ବିଶ୍ୱ ରଞ୍ଜନ ପରିଡା, ଜିତେନ୍ଦ୍ର ଖଟେଇ, ରଘୁନାଥ ନାୟକ, ଜଗନ୍ନାଥ ପରିଡା, ସୁନିଲ ପରିଡା, ରଞ୍ଜିତ ପରିଡା ୱାର୍ଡ ସଭ୍ୟ ରଘୁ ରାଉତ, ରମେଶ ମାଣ୍ଡିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ୨୦ ଗୋଟି ପ୍ରକଳ୍ପ ଏହି ଯୋଜନାରେ ସାମିଲ କରାଯାଇ ୫ଶହ ପରିବାରଙ୍କୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସରପଞ୍ଚ ଶ୍ରୀ ପରିଡା ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୧----୯,୩୦



