ସତ୍ୟବାଦୀରେ ଗ୍ରାମୀଣ ଆଇନ ସହାୟତା କେନ୍ଦ୍ର ଖୋଲିଲା
ସାକ୍ଷୀଗୋପାଳ ----- ଜିଲ୍ଲା ଆଇନ ସେବା ପ୍ରାଧିକରଣ ପୁରୀଙ୍କ ସହାୟତାରେ ସତ୍ୟବାଦୀ ବ୍ଳକ ପରିସରରେ ଶନିବାର ଅପରାହ୍ନରେ ଗ୍ରାମୀଣ ଆଇନ ସହାୟତା କେନ୍ଦ୍ରକୁ ଜିଲ୍ଳ ଦୌରା ଜର୍ଜ ବିଦ୍ୟୁତ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଯାହା ଫଳରେକି ଲୋକମାନେ ଏଣିକି ସତ୍ୟବାଦୀରେ ଆଇନ ସହାୟତା ସୁବିଧାରେ ପାଇ ପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଗ୍ରାମଞ୍ଚଳରେ ଥିବା ଅସହାୟ ଲୋକମାନଙ୍କୁ ଆଇନ ସହାୟତା ମାଗଣାରେ ଯୋଗାଇ ଦିଆଯିବ । ଅନ୍ୟ ମାନଙ୍କ ମଧ୍ୟରେ ସିଭିଲ କୋର୍ଟ ରେଜିଷ୍ଟର ଅରୁଣ ପଟ୍ଟନାୟକ, ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚ୍ଚିବ ଅମରେଶ ମହାପାତ୍ର, ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ଏବିଡିଓ ସାରଦା ପ୍ରସନ୍ନ ପଟ୍ଟନାକୟ, ବଡବାବୁ ପ୍ରଫୁଲ ବେହେରା, ଜିଲ୍ଲା ପରିଷଦ ସତ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ସ୍ଥାନୀୟ ସରପଞ୍ଚ ପ୍ରକାଶ ଖୋଟେଇଙ୍କ ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଗ୍ରାମୀଣ ଆଇନ ସେବା କେନ୍ଦ୍ର ଦାୟତ୍ୱରେ ପାର ଲିଗାଲ ସ୍ୱେଚ୍ଛାସେବୀ ସମ୍ବିତ ମହାପାତ୍୍ର ଓ ସ୍ମୃତି ଶ୍ରୀ ମୋନାଲିସା ପ୍ରଧାନ ରହିଛନ୍ତି । ସରକାରି ଆଇନଜୀବୀ ଭଗବାନ ରଥ ଉପସ୍ଥିତ ରହିଥିଲେ । ଯୁବ ଆଇନଜୀବୀ ଉପନ୍ଦ୍ରେ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି, ୭,୪୦



