ads

Breaking News

କନ୍ଧମାଳ ରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ


ଫୁଲବାଣୀ ---- ରାଜ୍ୟ ଭାରତୀୟ ଜନତା ଦଳ ପ୍ରଭାରୀ ଡି ପୁରେନ୍ଦ୍ୱଶ୍ୱରୀ କନ୍ଧମାଳ ଗସ୍ତରେ ଆସି ସନ୍ଧ୍ୟା ୮ଘଣ୍ଟା ବେଳେ ସ୍ଥାନୀୟ ଫୁଲବାଣୀ ସେନାପତି ରେସିଡେନ୍ସ ଲୋଜ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲା ଶାଖା ବିଜେପି ସଭାପତି ଜଗନ୍ନାଥ ସାହୁ ଙ୍କ ସଭାପତିତ୍ୱ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ଡି ପୁରେନ୍ଦ୍ୱଶ୍ୱରୀ ଯୋଗଦେଇ ରାଜ୍ୟ ସରକାର କେନ୍ଦ୍ରର ସମସ୍ତ ଯୋଜନା କୁ ଆଇଯାକ କରୁଥିବା ରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ । କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ନିମନ୍ତେ କେନ୍ଦ୍ରସରକାର ଶତକଡ଼ା ୬୦ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ଶତକଡ଼ା ୪୦ ପ୍ରତିଶତ ଅନୁଦାନ ଦେଉଛି । ହେଲେ ରାଜ୍ୟ ସରକାର ଏହି ଯୋଜନା ଆମର ବୋଲି କହୁଛି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଘର ଗୁଡିକ ବିଜୁ ଆବାସ ଯୋଜନା ଷ୍ଟିକର ଲଗାଇ ଲୋକ ଙ୍କୁ ଭୂଆ ବୁଲାଉଛି । କନ୍ଧମାଳ ଜିଲ୍ଲା ଜନସାଧାରଣ ଙ୍କର ଆର୍ଥିକ ବିକାଶ ନିମନ୍ତେ କେନ୍ଦ୍ରସରକାର ର ବ୍ରହ୍ମପୁର ଓ ସମ୍ବଲପୁର ରେଳ ଲାଇନ ଜମି ଅଧିଗ୍ରହଣ ନିମନ୍ତେ ଜମି ଦେଉନାହିଁ । ପ୍ରଧାନମନ୍ତ୍ରୀ ସଡକ ଯୋଜନା କୁ ବିଜୁ ସଡ଼କ ଯୋଜନା ନାମ ଦେଇ ଫାଇଦା ଉଠାଉଛି । ପ୍ରଧାନମନ୍ତ୍ରୀ ବିଦ୍ୟୁତ କରଣ ଯୋଜନାକୁ ବିଜୁ ଜ୍ୟୋତି ଯୋଜନା ର ନାମରେ ନାମିତ କରି ରାଜ୍ୟ ସରକାର ସମସ୍ତ ଫାଇଦା ହାସଲ କରି ଚାଲିଛି । ରାଜ୍ୟ ସରକାର ଦୁର୍ନୀତି ରେ ବୁଡି ରହିଛି ଆଗାମୀ ରାଜ୍ୟ ନିର୍ବାଚନ ରେ ଲୋକେ ବିଜେପି ଉପରେ ଭରସା ରଖିଲେଣି । ଅନ୍ୟ ରାଜନୀତି ଦଳ ଅଧିକାରୀ ପାଇଁ ଶାସନ କୁ ଆସୁଛନ୍ତି କିନ୍ତୁ ଭାରତୀୟ ଜନତା ପାର୍ଟି ଲୋକଙ୍କ ର ସେବା କରିବାକୁ ଆସେ ବୋଲି ରାଜ୍ୟ ପ୍ରଭାରୀ କହିଥିଲେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମ୍ଭେ ଲଢେଇ ଜାରି ରଖିବୁ ବୋଲି ବିଜେଡି କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରେନ୍ଦ୍ୱଶ୍ୱରୀ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖା ଶ୍ରୀ ସମାନ୍ତ ସିହାର, ଅନ୍ୟତମ ଅତିଥି ଭାବେ ରାଜ୍ୟ ବିଜେପି ମୁଖପାତ୍ର ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ପୂର୍ବତନ ବିଧାୟକ ତଥା ରାଜ୍ୟକାରିଣୀ ସଦସ୍ୟ କରେନ୍ଦ୍ର ମାଝୀ ଉତ୍କଳ ଭାରତ ସମ୍ପାଦକ ତଥା ପୂର୍ବତନ ସାଂସଦ ବିଜେପି ବରିଷ୍ଠ ନେତା ମହାମେଘ ବାହାନ ଐର ଖାରବେଳ ସ୍ୱାଇଁ , ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜିଲ୍ଲା ର ସମସ୍ତ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ,୮/୧/୨୦୨୧ ----୮,୦୦

ads

Blog Archive