ବିଭାଗୀୟ କର୍ମଚାରୀଙ୍କ ଅଗୋଚରରେ ଚାଲିଛି ମନରେଗା ଯୋଜନା କାର୍ଯ୍ୟ
କଳାହାଣ୍ଡି- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାଟବଣା ହେବାରେ ଲାଗିଛି । ମହାମାରୀ କରୋନା ଶ୍ରମିକ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଆର୍ଥିକ ଅନାଟନରେ ଯୁଝି ବାରେ ଲାଗିଛନ୍ତି । କାମ ଧନ୍ଦା ଅନ୍ୱେଷଣରେ ଶ୍ରମିକ ମାନେ ଆଉଟି ପାଉଟି ହେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଳି ନିତି ଯୋଗୁଁ ତାହାର ସୁଫଳ ମିଳିପାରୁନାହିଁ । ଏଭଳି ଏକ ସଙ୍ଗିନ ଅଭିଯୋଗର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ମଣ୍ଡଳ ଗ୍ରାମ ପଞ୍ଚାୟତ ଭାଟିଗାଁ ଠାରୁ ବଳାଗାଁ ସଂଯୋଗ କରୁଥିବା ରାସ୍ତା ରେ ପ୍ରାୟ ୫ ଲକ୍ଷ ଟଙ୍କାର ମନରେଗା କାମ ଯୋଗାଇ ଦିଆଯାଇଛି । ସେଠାରେ ମାଟି କାମ ବଦଳରେ ମୁରୁମ ବିଛା କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ ବିଭାଗୀୟ କର୍ମଚାରୀ ଙ୍କ ପାଖରେ କୌଣସି ସୂଚନା ନଥିବା ପରିତାପର ବିଷୟ ପାଲଟିଛି । ପଞ୍ଚାୟତ କର୍ମଚାରୀ ଠାରୁ ବ୍ଲକ କର୍ମଚାରୀ ଯାଏ ଏବିଷୟରେ ଜାଣିନ ଥିବା ପ୍ରକାଶ କରିଥିବା ବେଳେ ଏଥିରେ ଭରି ରହିଥିବା ଦୁର୍ନୀତି ର ଗନ୍ଧ ବାରି ହୋଇପଡୁଛି । କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ କି କାର୍ଯ୍ୟ କର୍ତ୍ତା ମାନଙ୍କର ଦେଖା ଦର୍ଶନ ମିଳୁନ ଥିବା ବେଲେ ଭୁତ କି କରୁଛି ମନରେଗା ଯୋଜନା କାର୍ଯ୍ୟ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେବାରେ ଲାଗିଛି । ଏସମ୍ବନ୍ଧରେ ଭାର ପ୍ରାପ୍ତ ଗୋଷ୍ଟିଉନ୍ନୟନ ଅଧିକାରୀ କରିସ୍ମା ବେଶ୍ରା ଙ୍କୁ ପଚାରି ବାରୁ ମୁଁ ଗ୍ରାମର ଗାଁସାଥୀ ଙ୍କୁ ପଚାରି ସତ୍ୟା ସତ୍ୟ ଅବଗତ ହେଲା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ମଣ୍ଡଳ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଚୈତନ୍ୟ ପାନ କୁ ପଚାରି ବାରୁ ମୁଁ ଏହି କାମ ଆରମ୍ଭ କରିବା ବିଷୟରେ ଜାଣି ନାହିଁ ବୋଳି କହିଛନ୍ତି । ବିଭାଗୀୟ କନିଷ୍ଟ ଯନ୍ତ୍ରୀ ସଂଯୁକ୍ତା ପାଣି ଙ୍କୁ ମଧ୍ୟ ପଚାରିବାରୁ ମୁଁ କାମ ଆରମ୍ଭ ହେବା ଜାଣିନାହିଁ ବୋଲି ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଜନସାଧାରଣ ରେ ଏହାର ବିଧିବଦ୍ଧ ତଦନ୍ତ ହୋଇ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ଦାବି ହେଉଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ, ୧୨/୧/୨୦୨୧-----୧୨,୪୦



