ଭୁବନେଶ୍ୱର ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଯୁବ କଂଗ୍ରେସର କଳା ପତାକା ପ୍ରଦଶନ
ଭୁବନେଶ୍ୱର ----ପେଟ୍ରୋଲ ଡିଜେଲ ଦରର ଅହେତୁକ ବୃଦ୍ଧି ଏବଂ କଳା କୃଷି ଆଇନି ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଯୁବ କଂଗ୍ରେସର କଳା ପତାକା ପ୍ରଦଶନ । ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ୍ର,ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀ ମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ଛକ ମୁଖ୍ୟ ରାସ୍ତାରେ କଳା ପତାକା ପ୍ରଦଶନ କରିଛନ୍ତି । ସମଗ୍ର ଦେଶରେ ଯେଉଁ ପରି ଭାବେ ପେଟ୍ରୋଲ , ଡିଜେଲ ଦର ଅହେତୁକ ବୃଦ୍ଧି ପାଇଛି । ତତ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କଳା କୃଷି ଆଇନି ବିରୋଧରେ ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇଛନ୍ତି ।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୧-----୩,୩୫



