ads

Breaking News

ବିଦ୍ୟୁତ ତାର ଲାଗି ମାଙ୍କଡ ଆହତ


 ଡେଲାଙ୍ଗ -------- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗୁଆଳିପଡା ପଞ୍ଚୟତର ବୋଳକଣା ଗ୍ରାମ ଗହୀରରେ ଏକ ମାଙ୍କଡ ବିଦ୍ୟୁତ ତାର ଲାଗି ଆହତ ହୋଇଛି । ଆହତ ମାଙ୍କଡକୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ । ମାଙ୍କଡର ଚିକିତ୍ସା ପାଇଁ ପଶୁ ଡାକ୍ତରଙ୍କୁ ଖବର ଦେଇଥିଲେ ।  ମିଳିଥିବା ସୁଚନା ମୁତାବକ ମାଙ୍କଡଟି ଗ୍ରାମ ଗହୀରରେ ଥିବା ବିଦ୍ୟୁତ ତାର ଲାଗି ଯିବାରୁ ସେ ବିଦ୍ୟୁତ ତାରରେ କିଛି ସମୟ ପର୍ଯ୍ୟନ୍ତ ଓହଳି ରହିବା ପରେ ତଳକୁ ଖସି ପଡିଥିଲା । ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିବା ବେଳେ ହାତ ଟି ବେଶି ଗୁରୁତର ହୋଇଥିବା ଜଣାପଡିଛି । ବୋଲକଣା ଗ୍ରାମର ପ୍ରକୃତିବନ୍ଧୁ ବିଶ୍ୱଜିତ ପରିଡା,ଯୁବ ସମାଜସେବି  ବିଶ୍ୱନାଥ ସାହୁ,ବାଜିଆ ସାହୁ,କେଳୁ ଚରଣ କାଣ୍ଡି,ପଞ୍ଚାନନ ସେଠୀ,ରବି ଦାସ ପ୍ରମୁଖମାନେ ଆହତ ମାଙ୍କଡକୁ ଉଦ୍ଧାର କରି ଡେଲାଙ୍ଗ ପଶୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରିଥିଲେ । ଆହତ ମାଙ୍କଡ ସମ୍ପର୍କରରେ ବନ ବିଭାଗ ଡେଲାଙ୍ଗକୁ ଖବର ଦିଆଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ବା ବନ୍ୟପାଳ ନ ଆସିବାରୁ ଗ୍ରାମବାସୀମାନେ  କ୍ଷୋଭ ପ୍ରକାଶ କରିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୧----୮,୧୫

ads

Blog Archive