ରଜତ ମେମୋରିଆଲ କ୍ରିକେଟ୍ର ଟ୍ରଫି-; ମାଣିତ୍ରି ସିନିୟର ଦଳ ଓ ଛତିପୁର ଦଳ ମ୍ୟାଚ ବିଜୟୀ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅରାଗଡ ଗ୍ରାମରେ ରଜତ ମେମୋରିଆଲ ଟ୍ରଫି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି ମ୍ୟାଚର ଆୟୋଜକ ଅରାଗଡ ଏମସିସି ଏବଂ ଆଦର୍ଶ ଟ୍ରଷ୍ଟ । ଦୁତୀୟ ଦିନର ପ୍ରଥମ ମ୍ୟାଚଟି ଅରାଗଡ ସିନିୟର କ୍ରିକେଟ ଦଳ ସହିତ ମାଣିତ୍ରି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ଅରାଗଡ ସିନିୟର ଦଳ ବ୍ୟାଟିଂ କରି ୧୮ଓଭର ସମସ୍ତ ଉଇକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲେ । ଜବାବରେ ମାଣିତ୍ରି ଦଳ ୮ଓଭରରେ୧ବଲରେ ୨ ଉଇକେଟ ହରାଇ ୧୦୬ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚକୁ ମାଣିତ୍ରି ଦଳ ୫ ରନରେ ବିଜୟୀ ହୋଇଥିଲେ । ବିଜୟୀ ଦଳର ସୋମନାଥ ବେହେରା ମ୍ୟାନ ଅଫ ଦି ମ୍ୟାଚ ଭାବେ ମନୋନିତ ହୋଇଥିଲେ । ପ୍ରଭାତ ମାଝୀ ଓ ଧନେଶ୍ୱର ମହାପାତ୍ର ମ୍ୟାଚକୁ ପରିଚାଳନା କରିଥିଲେ । ।ସେହିପରି ଦୁତୀୟ ମ୍ୟାଚଟି ଗୋଦାସାହି ଦଳ ସହିତ ଛତିପୁର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ଛତିପୁର କ୍ରିକେଟ ଦଳ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରିଥିଲେ । ତାର ଜବାବରେ ଗୋଦାସାହି ଦଳ ୧୮ ଓଭର ୮ ଉଇକେଟ ହରାଇ ୮୯ ରନ କରିଥିଲେ । ଛତିପୁର କ୍ରିକେଟ ଦଳ ୨୯ ରନରେ ଏହି ମ୍ୟାଚକୁ ବିଜୟୀ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ମହେଶ ପାଇକରାୟ ବିବେଚିତ ହୋଇଥିଲେ । ନେତ୍ରାନନ୍ଦ ମାଝୀ ଓ ପ୍ରଭାତ କୁମାର ମାଝୀ ଏହି ମ୍ୟାଚକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଦୁଷ୍ମନ୍ତ ମାର୍ଥା ଓ ସମ୍ମାନିତ ଅତିଥି ଭାବେ ହେମନ୍ତ ଜେନା ଯୋଗ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୧----୮,୧୫



