ଫାସି ପଞ୍ଚାୟତ ରେ ଧାନମଣ୍ଡି ଉଦଘାଟିତ
କୋଦଳା -ଖରୀଫି ଧାନ କ୍ରୟ ପାଇଁ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଫାସି ସେବା ସମବାୟ ସମିତି ରେ ସମବାୟ ସଭାପତି ଦେବରାଜ ମହାପାତ୍ରଙ୍କ ଉପସ୍ଥିତି ରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି ।ଫାସି ସରପଞ୍ଚ ନବୀନ କୁମାର ଦଳେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ କି କେହିବି ଚାଷୀ ବସ୍ତା ପିଛା 75 କେଜି ରୁ ଅଧିକ ଦେବେନାହିଁ । ଯଦି ଅଧିକା କେହି ମାଗନ୍ତି ଆମକୁ ଜଣାଇବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଦୀପ କୁମାର ସାହୁ, ସମିତିସଭ୍ୟ ଭଗବାନ ନାହାକ, ସମାଜସେବୀ ଦେବରାଜ ସେଠୀ ଉପସ୍ଥିତ ରହି ସରକାରୀ ଟୋକେନ ପ୍ରକାରେ ଆଜି କିଛି ଚାଷୀଙ୍କ ଠାରୁ 75 କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା ।ଏଥିରେ ବହୁ ଚାଷୀ ଯୋଗ ଦେଇଥିଲେ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ , ୫/୧/୨୦୨୦----- ୪.୪୫



