ads

Breaking News

ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ଅପରାଜିତାଙ୍କ ମାରାଥନ ପଦଯାତ୍ରା



ଜଟଣୀ : ସହରାଞ୍ଚଳର ବିକାଶ, ଜନସାଧାରଣଙ୍କ ମୌଳିକ ସୁବିଧା, ଅଧିକାର ତଥା ବିକାଶର ଅନେକ କାର୍ଯ୍ୟକ୍ରମ ଆଗେଇ ପାରୁନଥିବା ଜଣାପଡିଛି ।  ଏହିସବୁ ସମସ୍ୟା ବାବଦରେ ଅବଗତ ହେବା ପାଇଁ ପୌରାଞ୍ଚଳର 7 ଓ 8 ନମ୍ବର୍ ୱାର୍ଡ଼ ରେ ନିଜ ସମର୍ଥକଙ୍କ ଗହଣରେ ମାନନୀୟା ଭୁବନେଶର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ମାରାଥନ ଜନସମ୍ପର୍କ ପଦଯାତ୍ରା କରିଛନ୍ତି । ଯୁବ ରାଜ୍ୟସ୍ତରୀୟ ଦକ୍ଷ ସଂଗଠକ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମାନନୀୟା ସାଂସଦ ସ୍ଥାନୀୟ ବାଲି ଛକସାହିସ୍ଥ ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଅସୁବିଧା ବାବଦରେ ଅବଗତ ହୋଇ ବିଡିଏ କଲୋନୀ ଓ ନବ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାସହ ଜଗନ୍ନାଥ ବସ୍ତି ପରିଦର୍ଶନ କରିଥିଲେ । ଏହି ଅବସରରେ ବସ୍ତିବାସିନ୍ଦାଙ୍କ ମହାସଂଘ ର ସଭାପତି ଯୋଗେଶ ଚନ୍ଦ୍ର ନାୟକ ସମ୍ପାଦକ ନବୀନ୍ ମହାପାତ୍ର, ସନାତନ ନାୟକ, ପୁରୁଷୋତ୍ତମ ମୁଦୁଲି, ଏସ୍ ଟି ଏସ୍ ସଭ୍ୟା ସବିତା ହାତୀ ପ୍ରମୂଖ ଶ୍ରୀମତୀ ଷଡଙ୍ଗୀ ଙ୍କୁ ସ୍ୱାଗତ୍ କରିଥିଲେ । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ମୁଖପାତ୍ର ସୁଦୀପ୍ତ ରାୟ,ଜିଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର , ନଗର ବିଜେପି ସଭାପତି ତିରୁପତି ଶତପଥୀ, ଜିଲା ଉପସଭାପତି ରେlଜିନା ରାଣୀ ଦାଶ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବିଣା ପ୍ରିୟଦର୍ଶିନୀ ଭଞ୍ଜଦେଓ, ରାଜ୍ଯ କାର୍ଯ୍ୟକାରିଣୀ ସଭ୍ୟା ରଶ୍ମି ମୟୀ ପଟ୍ଟନାୟକ, ସାଂସଦଙ୍କ ପ୍ରତିନିଧି ପଦ୍ମ ଚରଣ ପ୍ରଧାନ ଓ ରବିନାରାୟଣ ସ୍ୱାଇଁ, ମନୋରଞ୍ଜନ ମାର୍ଥା,ଲିଟୁ ରଞ୍ଜନ ରାଉତରାୟ, ନାଗଭୂଷଣ ରାୟ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ସାମିଲ୍ ହୋଇଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ,୫/୧/୨୦୨୧----୩,୫୦

ads

Blog Archive