ads

Breaking News

ଭାରତୀୟ ମଜଦୂର ସଂଘର ପ୍ରଥମ ଜିଲ୍ଲା ସ୍ତରୀୟ ସମ୍ମଳନୀ


 ସାକ୍ଷୀଗୋପାଳ ------ ଭାରତୀୟ ମଜଦୂର ସଂଘର ପୁରୀ ଜିଲ୍ଲାର ପ୍ରଥମ ସମ୍ମଳନୀ ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁକେରା ଗ୍ରାମରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରୁ ଶିଶୁ ମନ୍ଦିର ପରିସରରେ ଥିବା ଭାରତମାତା, ବାଗଦେବୀ ମା ସରସ୍ୱତୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟା ,ଦୀପ, ଧୂପ ପ୍ରଦାନ କରାଯାଇଥିଲା । ଏହି ସମ୍ମଳନୀରେ  ସଂଘର ପୁରୀଜିଲ୍ଲାର ସଭାପତି ସୁଦର୍ଶନ ରାଉଳ ଅଧ୍ୟକ୍ଷତା କରିଥିଲେ । ସମ୍ମଳନୀରେ ପୁରୀ ଜିଲ୍ଲା ବିଭାଗ ପ୍ରଭାରୀ ବିଜୟ କୁମାର ପାତ୍ର ଅତିଥିଭାବେ ଯୋଗ ଦେଇଥିଲେ । ସଂଘର ସମ୍ପାଦକ ଅକ୍ଷୟ କୁମାର ଦାସ ଅନୁଷ୍ଠିତ ସଭା ପରିଚାଳନା କରିଥିଲେ । ଏଥିରେ ଘରୋଇ ସେବିକା ସଂଘ, ଅଲ ଓଡିଶା ଅଙ୍ଗନୱାଡି ମହିଳା ୱାକରର୍ସ ଆସୋସିଏସନ, ଶ୍ରୀକ୍ଷେତ୍ର ଇ- ଅଟୋ ସଂଘ, ଉଠା ଦୋକାନୀ ସଂଘ ଓ ବିଦ୍ୟାଳୟ ପାଚିକା ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ସମସ୍ତ ଦିଗ ପ୍ରତି ନଜର କରି ନିଜ ଅଧିକାର ପାଇଁ ସଂଗ୍ରାମ ଜାରୀ ରଖିବା ପାଇଁ  ଶ୍ରୀ ପାତ୍ର ଉପସ୍ଥିତ ଥିବା ବିଭିନ୍ନ ସଂଘର କର୍ମକର୍ତ୍ତା ମାନଙ୍କୁ ନିବେଦନ କରିଥିଲେ । ସଂଘକୁ ସୁଦୃଢ଼  କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦାୟତ୍ୱ ବଣ୍ଟନ କରାଯାଇଥିଲା । ପ୍ରତେକ୍ୟ ମାସର ଦୁତୀୟ ଶନିବାର ବୈଠକ ହେବା ପାଇଁ ଆଜିର ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । ସେହିପରି ଅନ୍ୟତମ ଅତିଥି ଭାବେ ଶ୍ରୀଜିଉ ଗୋ ଶାଳାର ପରିଚାଳକ ମହେଶ୍ୱର ପ୍ରଧାନ ଉପସ୍ଥିତ ରହିଥିଲେ । ବୈଠକର ସଭାପତି ଶ୍ରୀ ବରାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୨୧---୪,୪୦

ads

Blog Archive