୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ଡେଲାଙ୍ଗ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୯୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓଡତରାବୋଇ ରାମଲିଳା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାଚର ୧୦୦ଜଣ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହିତ ଯୋଗଦେଇଥିଲେ । ହରପ୍ରସାଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଯୋଜନା ସଞ୍ଜୟ ଜେନା କରିଥିଲେ । ଶିବପ୍ରସାଦ ବୈରଗଞ୍ଜନ,ନିହାର ରଞ୍ଜନ ଆଳୁକ ,ପ୍ରସାଦ ମହାପାତ୍ର,ତପସ୍ୱନି ମିଶ୍ର,ମମତା ପ୍ରଧାନ,ଚିନ୍ମୟୀ ଦାଶ,ପ୍ରକାସ ସେନାପତି,ଭାରତୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ଭିତରେ ବିଦ୍ୟାଳୟ ଜୀବନ ଭିତରେ ବିତିଥିବା ପୁରୁଣା ସ୍ମୁତୀକୁ ମନେ ପକାଇ ପରଷ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା । ତତ୍ ସହିତ ବିଶ୍ୱ ମହାମାରୀ କରୋନା ସଂକ୍ରମିତଠାରୁ ନିଜ କୁ ଦୁରେଇ ରଖିବା ପାଇଁ ସଚେତନତା ବାର୍ତ୍ତା ପାଇଁ ପରାମର୍ଶ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୧---୪,୩୫



