ଦୋମୁହାଁଣୀ ଠାରେ ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବୈଠକ
ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ, ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଦୋମୁହାଁଣୀ ଠାରେ ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗଣେଶ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଅତାବିରା ବିଧାୟକ ତଥା ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଂଜନ ମହାନଂଦ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପର୍ଯ୍ୟବେକ୍ଷକ ଭାବେ ରାଜ କିଶୋର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏଥିରେ ଭେଡେନ ବ୍ଲକ ର ସମସ୍ତ ୨୧ ଟି ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ମାନେ ଯୋଗଦାନ କରିଥିଲେ। ଏହି ସଭାରେ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି ଭାବେ ଦାୟିତ୍ବ ତୁଲାଇବେ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପର୍ଯ୍ୟବେକ୍ଷକ ରାଜ କିଶୋର ଷଡ଼ଙ୍ଗୀ, ରମେଶ ଚନ୍ଦ୍ର ପଣ୍ଡା ସଭାପତି ଭାବେ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ନିହାର ରଞ୍ଜନ ମହାନନ୍ଦ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ କର୍ମି ମାନଙ୍କୁ ପରାମର୍ଶ ଦେଇଥିଲେ। ପରିଶେଷରେ ନାରାୟଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀ ଶଙ୍କର ପାଢୀ ,୧୧/୧/୨୦୨୧----୪.୩୦



