ads

Breaking News

ଡେଲାଙ୍ଗର ଆଦର୍ଶ ଶିକ୍ଷକଙ୍କ ଦେହାନ୍ତ

 ଡେଲାଙ୍ଗ------- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବଡଆଙ୍କୁଲା ଗ୍ରାମର ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ପ୍ରଧାନ(୮୦)ଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଥିଲା । ବହୁ ମାନ୍ୟଗଣ ବ୍ୟକ୍ତି ମର ଶରୀରକୁ ଦର୍ଶନ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଜଣେ ନିଷ୍ଠାପର,ସରଳ,ଆମାୟିକ ବ୍ୟକ୍ତି ବିଶେଷ ଭାବେ ଶିକ୍ଷକତା କରବା ସହ ି ଅଞ୍ଚଳରେ ଆଦର୍ଶ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିଲେ ।ତାଙ୍କ ମୃତ୍ୟୁ ସମୟରେ ତିନି ପୁଅ ବିଚିତ୍ରାନନ୍ଦ,ସଚ୍ଚିଦାନନ୍ଦ ଓ ପବିତ୍ରନନ୍ଦଙ୍କ ସହିତ ଦୁଇ ଝିଅ ଉପସ୍ଥିତ ଥିଲେ । ଗ୍ରାମ ଶ୍ମସାନରେ ଶେଷକୃତ ସମ୍ପନ୍ନ ହୋଇଥିବା ବେଳେ ବଡପୁଅ ବିଚିତ୍ରାନନ୍ଦ ପ୍ରଧାନ ମୁଖାଗ୍ନି ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୧/୨୦୨୧---୮,୦୫

ads

Blog Archive