ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା ପାହାଡ଼ର୍ ତଳେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ର ସଭାପତି ତ୍ରିବିକ୍ରମ ତ୍ରିପାଠୀଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭେଡେନ ଗୋଷ୍ଠି ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ ନିମନ୍ତ୍ରିତ ହୋଇଥିବାବେଳେ ସମ୍ମାନିତ ଅତିଥି ସୋନପୁର ସମାଜ ର ପ୍ରତିନିଧି ସ୍ୱାଧୀନ ମେହେର, ସମାଜସେବୀ ତଥା ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,ବରଗଡ଼ ଏସ୍ ବି ଆଇ ଲାଇଭ ମାନସ ରଞ୍ଜନ ମହାନ୍ତି,ରାଜ୍ୟ କର୍ମଜୀବୀ ସାମ୍ୱାଦିକ ସଂଘ ର ଉପସଭାପତି ଆଶୁତୋଷ ରଥ ମଞ୍ଚାସିନ ରହିଥିଲେ।ଏହି ଅବସରରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ସହ ମା ସମଲେଶ୍ବରୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ବରଗଡ, ବୌଦ୍ଧ,ବଲାଙ୍ଗୀର,ସୋନପୁର ଜିଲ୍ଲା ର ସାମ୍ବାଦିକ ବନ୍ଧୁମାନେ ଯୋଗଦାନ କରିଥିଲେ।ଏହି ଅବସରରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା।ସାମ୍ବାଦିକ ମାନେ ବର୍ତ୍ତମାନ କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ସରକାରୀ ସ୍ତରରେ କୌଣସି ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ ଓ ଏଥିପାଇଁ ଓଡିଶାର ସମସ୍ତ ସାମ୍ବାଦିକ ସଂଘ ମାନେ ଏକଜୁଟ ହୋଇ ସରକାରଙ୍କ ନିକଟରେ ନିଜର ହକଦାବୀ ପାଇଁ ମତବ୍ୟକ୍ତ କରିଥିଲେ। ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଆଲୋଚନା ରେ ମତ ପ୍ରକାଶ ପାଇଥିଲା।ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକ ମାନଙ୍କୁ ପୁଷ୍ପ ଗୁଚ୍ଛ,ଉପଢୌକନ ଓ ମାନପତ୍ର ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।ପରିଶେଷ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.୧୦/୧/୨୦୨୧-----୧୦,୪୦


