ଛାତ୍ରଛାତ୍ରୀ ଓ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଡେଲାଙ୍ଗ ---- ମହାମାରୀ କୋଭିଡ-୧୯ କଟକଣା ଯୋଗୁଁ ଦିର୍ଘ ୯ମାସ ହେଲା ସ୍କୁଲ,କେଲେଜ ସହ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିଲା । ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ଘୋର ବ୍ୟାଘତ ଘଟିଥିଲା । ଯାହା ହେଉ ସରକାରଙ୍କ ନିଷ୍ପତି ଅନୁଯାୟୀ ସମଗ୍ର ଓଡିଶାରେ ୧୦ମ ଓ ଦ୍ୱାଦଶ ଶ୍ର୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ,କଲେଜ ଖୋଲିଛି । ଏହି ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ପୁରାତନ ଶିକ୍ଷାନୁଷ୍ଠାନ ଘୋରଡିଆ ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର୍ରଛାତ୍ରୀ ଏବଂ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡାଙ୍କୁ ପୂରାତନ ଛାତ୍ରଛାତ୍ରୀ,ଏସଏମଏସ କମିଟ,ଶିକ୍ଷକଶକ୍ଷୟତ୍ରୀ ବୃନ୍ଦ ଏବଂ ଗ୍ରାମବସୀଙ୍କ ଉପସ୍ଥିତିରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ବିଦ୍ୟାଳୟ ପରିସରକୁ ସମ୍ପୁର୍ଣ୍ଣ ସାନଟାଇଜେସନ ଓ ସୌନ୍ଦର୍ଯ୍ୟକରଣ ସହ ସ୍ୱାଗତ ବ୍ୟାନର ,ଫ୍ଲାଗ,ପ୍ଲା କାର୍ଡ ,ଫୁଲମାଳରେ ସୁସଜ୍ଜିତ କରାଯାଇଥିଲା । ସମସ୍ତ ପ୍ରକାର କୋଭିଡ ନିୟମ ପାଳନ କରି ପିଲାମାନଙ୍କୁ ସ୍କିନିଙ୍ଗ ଓ ସାନଟାଇଜେସନ ପରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ମାସ୍କ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି ଉପଲେକ୍ଷ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଶ୍ରୀପରିଡା ଅଧ୍ୟକ୍ଷତା କରି ଚଳିତବର୍ଷର ପାଠଖସଡା ଓ କୋଭିଡ ଅନୁଶାସନ ସମ୍ପର୍କରେ ଆଲୋକପାତ କରିବାସହ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ସମ୍ମାନିତ ଅତିଥି ରୁପେ ସିଆରସିସି ତପନ କୁମାର ମଲ୍ଲିକ ସମେତ ବିଦ୍ୟାଳୟର ଶିକ୍ଷକ ଗୋବର୍ଦ୍ଧନ ବରାଳ,ସୁରେନ୍ଦ୍ର ନାଥ ସେଠୀ,ଚିତ୍ତରଜଂନ ରାଉତରାୟ,କୁନ୍ତଳା ବିଶ୍ୱାଳ,ମମତା ବେହେରା ,ସହଦେବ ମଲ୍ଲିକ,ରାକେଶ କୁମାର ପ୍ର୍ରଧାନ,ସୀତାକାନ୍ତ ରାଉତରାୟ,ଅରବିନ୍ଦ ବେହେରା,ନିଳାମ୍ବର ନାୟକ ,ସୁରେଶ କୁମାର ରାଉତ ଏବଂ ଏସଏମଏସ କମିଟିର ସଭାପତି ମହନ୍ତ ନିଶଙ୍କ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ସୁ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ପୂରାତନଛାତ୍ର ସର୍ବେଶ୍ୱର ଭୁଜବଳ, ଦିଲ୍ଲିପ ଧାଉଡିଆ,ସନ୍ତୋଷ ପଟ୍ଟନାୟକ,ପୁର୍ଣ୍ଣ ଚନ୍ଦ୍ର ଶତୃଶଲ, ଆଦର୍ଶ ରଣଜିତ୍,ବଳରାମ ଭୁଜବଳ, ପ୍ରମୂଖଙ୍କ ସହ ବହୁପୁରାତନ ଛାତ୍ରମାନେ ସହେଯାଗ କରିଥିଲେ । ଡେଲାଙ୍ଗରେ ବିଭିନ୍ନ ସ୍କୁଲ ଓ କଲେଜରେ ଆଜି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ କୋଭିଡ ଗାଇଡ ଲାଇନ ଅନୁଯାୟୀ ଛାତ୍ର ଛାତ୍ରୀ ମାନେ ଅନୁ ପ୍ରବେଶ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୧/୨୦୨୧----୭,୫୦



