ଶ୍ରୀଭୈରବୀ,ରତ୍ନଚିରା ଓ ଆଲୋକ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଲା
ଡେଲାଙ୍ଗ------ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀଭୈରବୀ,ରତ୍ନଚିରା ଓ ଆଲୋକ ସେବା ସମବାୟ ସମିତିରେ ବୁଧବାର ଧାନମଣ୍ଡି ଅତିଥି ମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଶ୍ରୀଭୈରବୀ ସେବା ସମବାୟ ସମିତି ବିଦିରିପୁର ଠାରେ ସମ୍ମଳିତ ପୁରୀ ନିମାପଡା କୋଅପରଟିଭ୍ ସମବାୟ ବ୍ୟାଙ୍କ ପୁର୍ବତନ ନିଦ୍ଦେର୍ଶକ ବୈାରାଗି ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଧାନମଣ୍ଡି ଉଦଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ସେଠୀ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ପୁରୀ ମଣ୍ଡଳ ପୁରୀ .ଉପ ସହକାରୀ ନିବନ୍ଧକ ସତ୍ୟ ଶଙ୍କର ମହାନ୍ତି,ସୁପର ଭାଇଜର ପ୍ରଫୁଲ୍ଲ କୁମାର ସ୍ୱାଇଁ,ପିପିଲି ବ୍ଲକ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ,ଶ୍ରୀଭୈରବୀ ସେବା ସମବାୟ ସମିତିର ପୁର୍ବତନ ସଭାପତି ଗଣେଶ୍ୱର ବରାଳ,ସମ୍ପାଦକ ବିଷ୍ଣୁ ପ୍ରସାଦ ପାଣି ପ୍ରମୁଖଙ୍କ ଉପସ୍ଥିତିରେ ଧାନମଣ୍ଡି ଖୋଲାଯାଇଥିଲା । ସେହିପରି ରତ୍ନଚିରା ସେବା ସମବାୟ ସମିତି ଶ୍ରୀପୁରୁଷୋତମପୁର ଠାରେ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର,ସମବାୟ ସମିତିର ପୁର୍ବତନ ସଭାପତି ବିଦ୍ୟାଧର ପ୍ରଧାନ,ସମ୍ପାଦକ ସନ୍ଦେଶ କୁମାର ରାଉତ ପ୍ରମୁଖଙ୍କ ଉପସ୍ଥିତିରେ ଧାନମଣ୍ଡି ଖୋଲିଛି । ସେହିପରି ଆଲୋକ ସେବା ସମବାୟ ସମିତି ଗୁଆଳିପଡାଠାରେ ସମବାୟ ସମିତି ର ପୁର୍ବତନ ସଭାପତି ବିଶ୍ୱନାଥ ମହାପାତ୍ର,ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା ଉପସ୍ଥିତିରେ ଧାନ ମଣ୍ଡି ଖୋଲାଯାଇଛି ।ଆଜି ଶ୍ରୀଭୈରବୀ ସେବା ସମବାୟ ସମିତିରୁ ୪ଶହ କ୍ୱାଣ୍ଟାଲ,ରତ୍ନଚିରା ସେବା ସମବାୟ ସମିତିରୁ ୫୦କ୍ୱିଣ୍ଟାଲ ଓ ଆଲୋକ ସେବା ସମବାୟ ସମିତିରୁ ୧୦୦କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି ବୋଲି ସେବା ସମବାୟ ସମିତିର ସୁପରଭାଇଜର ପ୍ରଫୁଲ ସ୍ୱାଇଁଙ୍କ ଠାରୁ ସୁଚନା ମିଳିଛି । ସୁଚନା ଯୋଗ୍ୟ ଯେ ସମ୍ମଳିତ ପୁରୀ ନିମାପଡା କେନ୍ଦ୍ରିୟ ସମବାୟ ବ୍ୟାଙ୍କ ଅଧିନରେ ୨୩ ଗୋଟି ପ୍ରାଥମିକ ସେବା ସମବାୟ ସମିତି ରହିଥିବା ବେଳେ ତନ୍ମମଧ୍ୟରୁ ୨୨ଟି ସମିତିକୁ ସରକାର ଧାନକ୍ରୟ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଆଜି ସୁଧା ୧୫ଟି ସେବା ସମବାୟ ସମିତିରୁ ଧାନ କ୍ରୟ କରାଯାଇଥିବା ବେଳେ ଅବଶିଷ୍ଟ ୭ଟି ଧାନମଣ୍ଡି ଖୁବଶିଘ୍ର ଖୋଲାଯିବ ବୋଲି ସୁପରଭାଇଜର ଶ୍ରୀସ୍ୱାଇଁ ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୧---୬,୨୦



