ads

Breaking News

ସତ୍ୟବାଦୀ ବ୍ଳକ ପରିସରରେ ରାଜୀବ ଆବାସ ଗୃହ ଉଦଘାଟନ


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ପରିସରରେ ବହୁ ଦିନ ଧରି ପଡି ରହିଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ଆବାସ ଗୃହକୁ ବୁଧବାର ଅପରାହ୍ନରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଏନଆରଜିଏସ ଅଧିନରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଘର କାର୍ଯ୍ୟ କରାଯାଇଛି । ଏହି ଘର ଉଦଘାଟନ ହେବା ପରେ ବିଶେଷ କରି ଓଡିଶା ଜିବୀକା ମିଶନ ଓ ମିଶନ ଶକ୍ତି ମହିଳା ଗୋଷ୍ଠୀ ବିଶେଷ ଉପକୃତ ହେବେ ବୋଲି ଅତିଥି ଭାବେ ଯୋଗଦେଇଥିବା ବିଧାୟକ ଶ୍ରୀ ସାମନ୍ତରାୟ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷେ ବ୍ଳକର କେତେକ ବିଭାଗ ଏହି ଘରେ କାର୍ଯ୍ୟ କରିବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ବିଧାୟକ ଶ୍ରୀ ସାମନ୍ତରାୟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ବ୍ଳକର ସହକାରୀ ଯନ୍ତ୍ରୀ ଭାଷ୍କର ପ୍ରସାଦ ଶତପଥୀ, କନିଷ୍ଠଯନ୍ତ୍ରୀ ଶରତ ସୁଧାଂଶୁ ରଥ, ଏବିଡିଓ  ସାରଦା ପ୍ରସନ୍ନ ପଟ୍ଟନାୟକ, ବଡବାବୁ ପ୍ରଫୁଲ ଚନ୍ଦ୍ର ବେହେରାଙ୍କ ସହିତ ବ୍ଳକର ସମସ୍ତ ପ୍ରଶାସନିକ ଅଧିକାରୀ ,  ଆତ୍ମର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ବିଜେଡି ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ, ବିଧାୟକଙ୍କ ପ୍ରତନିଧି ସୁନିଲ କୁମାର ପଣ୍ଡା, ସାମାଜିକ କର୍ମୀ ଶଙ୍କର ପ୍ରଧାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତିଥିମାନଙ୍କୁ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଫୁଲତୋଡା ଦେଇ ସମ୍ମାନୀତ କରିଥିଲେ ।   

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୧----୬,୪୦

ads

Blog Archive