ରଜତ ମେମୋରିଆଲ କ୍ରିକେଟ୍ର ଟ୍ରଫି-; ଗଡମୋଟରୀ ଦଳ ଓ ମହୁରା ଦଳ ମ୍ୟାଚ ବିଜୟୀ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅରାଗଡ ଗ୍ରାମରେ ରଜତ ମେମୋରିଆଲ ଟ୍ରଫି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି ମ୍ୟାଚର ଆୟୋଜକ ଅରାଗଡ ଏମସିସି ଏବଂ ଆଦର୍ଶ ଟ୍ରଷ୍ଟ । ତୁତୀୟ ଦିନର ପ୍ରଥମ ମ୍ୟାଚଟି ଗଡମୋଟରୀ କ୍ରିକେଟ ଦଳ ସହିତ ନିଁପୁର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ଗଡମୋଟରୀ ଦଳ ବ୍ୟାଟିଂ କରି ୧୮ଓଭର ସମସ୍ତ ଉଇକେଟ ହରାଇ ୯୩ ରନ ସଂଗ୍ରହ କରିଥିଲେ । ଜବାବରେ ନିଁପୁର ଦଳ ୧୮ଓଭରରେ ୯ ଉଇକେଟ ହରାଇ ୭୭ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚକୁ ଗଡମୋଟରୀ ଦଳ ୧୬ ରନରେ ବିଜୟୀ ହୋଇଥିଲେ । ବିଜୟୀ ଦଳର ବଣ୍ଟି ମ୍ୟାନ ଅଫ ଦି ମ୍ୟାଚ ଭାବେ ମନୋନିତ ହୋଇଥିଲେ । ପ୍ରଭାତ କୁମାର ମାଝୀ ଓ ନେତ୍ରାନନ୍ଦ ମାଝୀ ମ୍ୟାଚକୁ ପରିଚାଳନା କରିଥିଲେ । ସେହିପରି ଦୁତୀୟ ମ୍ୟାଚଟି ମହୁରା ଦଳ ସହିତ ବେନୁପଡା କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ବେନୁପଡା କ୍ରିକେଟ ଦଳ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୦୪ ରନ ସଂଗ୍ରହ କରିଥିଲେ । ତାର ଜବାବରେ ମହୁରା କ୍ରିକେଟ ଦଳ ୧୪ଓଭର ୫ଟି ବଲରେ ୫ ଉଇକେଟ ହରାଇ ୧୦୭ ରନ କରିଥିଲେ । ମହୁରା କ୍ରିକେଟ ଦଳ ୫ ଉଇକେଟରେ ଏହି ମ୍ୟାଚକୁ ବିଜୟୀ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବାବୁଲା ମଙ୍ଗରାଜ ବିବେଚିତ ହୋଇଥିଲେ । ନେତ୍ରାନନ୍ଦ ମାଝୀ ଓ ପ୍ରଭାତ କୁମାର ମାଝୀ ଏହି ମ୍ୟାଚକୁ ପରିଚାଳନା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୧----୯,୩୨



