ads

Breaking News

ମନରେଗା ଅର୍ଥ ହେରଫେର ହୋଇଥବା ନେଇ ଅଭିଯୋଗ କଲେ ଅରିଶଲ ଗ୍ରାମବାସୀ

 ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅରିଶଲ ଗ୍ରାମ ପଞ୍ଚାୟତର ଜିଆରଏସ ମନରେଗା ଯୋଜନାରେ ଆସୁଥିବା ଅର୍ଥ ତୋଷରପାତ କରିଥିବା ନେଇ ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ସଚ୍ଚିବ, ପୁରୀ ଜିଲ୍ଲାପାଳ, ରାଜ୍ୟ ପଞ୍ଚାୟତ ବିଭାଗ, ପଞ୍ଚାୟତ ରାଜ ସଚ୍ଚିବ ଓ କମିଶନର ମନରେଗା ପ୍ରମୁଖଙ୍କୁ  ଗ୍ରାମର କିଛି ଲୋକମାନେ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଅରିଶଲ ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କିଛି ଅର୍ଥ ମନରେଗା ଯୋଜନାରେ ଆସୁଛି । ଏହି ଅର୍ଥକୁ ପଞ୍ଚାୟତର ଜିଆରଏସ ଆରତୀ ବିଶ୍ୱାଳ ତୋଷାର ପାତ କରିଥିବା ନେଇ ବାରମ୍ବାର ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ ମାନେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଜିତ କୁମାର ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ବିରାଟ ମଲିକ, ବିଚିତ୍ର ରାଉତ, ଭୀମସେନ ସ୍ୱାଇଁ, ପ୍ରେମଲତା ପରିଡା, ବାସନ୍ତୀ ପ୍ରଧାନ, ସରୋଜିନି ବେହେରା ,କାହ୍ନୁ ଚରଣ ରାଉତ ପ୍ରମୁଖ ସ୍ୱାକ୍ଷର ଥିବା ନେଇ ଏକ ଦାବିପତ୍ର ଦେଇଥିବା ଜଣାପଡିଛି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୧----୯,୩୫

ads

Blog Archive