କ୍ରିକେଟ ଖେଳକୁ ନେଇ ମାରପିଟ; ୨ ଅଟକ
ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲ୍ୟାଣପୁର ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ ମ୍ୟାଚ ଚାଲୁଥିଲା । ଖେଳ ଦେଖିବାକୁ ଆସିଥିବା କଣାସ ଥାନା ଅଞ୍ଚଳର ମିଲନ ମହାପାତ୍ର (୧୨)ଙ୍କୁ ଆମାନୁଷିକ ଭାବେ କେତେକ ଯୁବକ ସଂଘବଧ ଭାବେ ମୁଥ,ବିଧା ଗୋଇଠା ଓ କାଠଫାଳିଆ ରେ ମରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ କଣାସ ଟିପୁରି ଅଞ୍ଚଳର ମନୋରଞ୍ଜନ ମହାପାତ୍ର ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନା ୨/୨୧ରେ ଏକ ମାମଲା ରୁଜୁ କରାଯାଇଛି । ଡେଲାଙ୍ଗ ପୋଲିସ ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚାରା ଉଚରା କରୁଥିବା ନେଇ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଠାରୁ ପ୍ରକାଶ । ଅଟକ ଥିବା ଯୁବକ ଦ୍ୱୟ ହେଲେ କଲ୍ୟାଣପୁର ଗ୍ରାମର ଆଶିଷ କୁମାର ଭଟ୍ଟ ଓରଫ କାହ୍ନା ଏବଂ ପ୍ରଭାତ କୁମାର ପ୍ରଧାନ ଓରଫ ସିପୁ ବୋଲି ପୁଲିସ ସୁଚନା ମିଳିଛି । ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୧----୬,୩୫


