ads

Breaking News

ସତ୍ୟବାଦୀରେ ଧାରଣା ମଞ୍ଚ


 ସାକ୍ଷୀଗୋପାଳ -------- ପୁରୀ ଜିଲ୍ଲା  ସତ୍ୟବାଦୀ ବ୍ଳକ ଅଳଗୁମ ଗ୍ରାମ ପଞ୍ଚାୟତର ଗାଇବାଟିଆ ଠାରେ ଥିବା କାର୍ଯ୍ୟାଳୟ ପରିସରରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଦିଲ୍ଲୀ ଠାରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସତ୍ୟବାଦୀରେ ଧାରଣା ମଞ୍ଚ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ତିନୋଟି ଆଇନକୁ କଳା ଆଇନ ବୋଲି ଦର୍ଶାଇ ଏହି ଆନ୍ଦୋଳନ ଜାରି ରହିଛି । ଯେଉଁ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଆନ୍ଦୋଳନ ବାତିଲ ନ କରିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଏ. ଆଇ. କେ କେ ଏମ, ଏସର ବ୍ଳକ ସମ୍ପାଦକ କମ୍ରେଡ ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି । ଅନ୍ୟ ମାନଙ୍କ ମ୍ମରେ ହାଡିବନ୍ଧୁ ବେହେରା, ସୁବାସ ବେହେରା, ବିଶ୍ୱନାଥ ବେହେରା  ମଧୁ ବେହେରା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଅଶ୍ୱନୀ ଜେନା, ଟୁକୁନା ବେହେରା ଓ ବିକେବ ରଞ୍ଜନ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଆଣିଥିବା କଳା ଆଇନ ବିରୋଧରେ ମନ୍ତବ୍ୟ ରଖିଥଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୧---୬,୪୦

ads

Blog Archive