ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ
କନ୍ଧମାଳ---- ଅଙ୍ଗନବାଡ଼ି କର୍ମୀ ଚୟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଏହିଭଳି ଏକ ଘଟଣା ଘଟିଛି ବାଲିଗୁଡ଼ା ବ୍ଳକ ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ ଉସୁରୁକୁପା ଗାଁ ରେ।ଏ ନେଇ ଜାଲ୍ ଓ ଦୁର୍ନୀତି ର ଅଭିଯୋଗ ଆଣି ଉପ ଜିଲ୍ଲାପାଳ ଶ୍ରୀ ସୁଭଙ୍କର ମହାପାତ୍ର ଙ୍କୁ ଅଭିଯୋଗ ହୋଇଛି । ସାକ୍ଷାତ ପାଇଁ ଆସିଥିବା ବେଳେ ଉପ ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହରିଶ୍ ଚନ୍ଦ୍ର ପ୍ରଧାନ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଉସୁରୁକୁପା ଅଙ୍ଗନବାଡ଼ି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ଙ୍କ କାର୍ଯ୍ୟକାଳ ଶେଷ ପରେ ପଦବି ଖାଲି ପଡିଥିଲା । ଏନେଇ ସମନିତ୍ବ ଶିଶୁବିକାଶ କେନ୍ଦ୍ର ରେ ନିଯୁକ୍ତି ପାଇଁ ଗତ ତା ୧୯/୧୧/୨୦ ରିଖ ବିଜ୍ଞାପନ ସଂଖ୍ୟା ୯୫୬ ଅନୁଯାୟୀ ବିଞାପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞାପନ ଅନୁଯାୟୀ ୨୦/୧୧/୨୦ ରିଖ ଠାରୁ ୧୦/୧୨/୨୦ ରିଖ ମଧ୍ୟ ରେ ଦରଖାସ୍ତ ଆହ୍ଵାନ ପାଇଁ ଦର୍ଶା ଯାଇଥିଲା ।ସେହି କେନ୍ଦ୍ର ଅଞ୍ଚଳ ର ସୁଜାତା ମଳିକ , ସୁମିତ୍ରା ମଳିକ , ଲଳିତା ମଳିକ ଆବେଦନ କରିଥିଲେ। କିନ୍ତୁ ଯାଞ୍ଚ ଦିନ ଅର୍ଥାତ୍ ୧୧/୧୨/୨୦ ରିଖ ଦିନ ଲଳିତା ମଳିକ ଆବଶ୍ୟକୀୟ ପ୍ରମାଣ ପତ୍ର ଦାଖଲ କରିନଥିବା ନେଇ ଏକ ଲଟକା ଜାରି ହୋଇଥିଲା। କିନ୍ତୁ ପରେ ଲଳିତା ମଳିକ ଚୟନ କମିଟି କୁ ପ୍ରମାଣ ପତ୍ର ଦାଖଲ କରିଥିଲେ। ଗ୍ରାମବାସି ଙ୍କ ଅଭିଯୋଗ ଯେ ସମୟ ସୀମା ମଧ୍ୟରେ ସରକାରୀ ଗାଇଡ ଲାଇନକୁ ଅଣଦେଖା କରି କିଭଳି ଭାବେ ଚୟନ କମିଟି ନିଯୁକ୍ତି ରେ ଅଂଶ ଗ୍ରହଣ କରିବା ପାଇଁ ତାଙ୍କୁ ସୁଯୋଗ ଦେଲା। ସରକାରୀ ନିୟମ ଅନୁସାରେ ଗାଁ ର ବୋହୂ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାପାଇଁ ୱର୍ଡ ମେମ୍ବର ଅମିର୍ ମଳିକ, ସୁଜାତା ମଳିକ, ବିମନ୍ତି ମଳିକ, ବିରସେନ୍ ଦିଗାଲ ପ୍ରମୁଖ ଦାବି କରିଛନ୍ତି।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୫/୧/୨୦୨୧---୧୧,୫୦



